fbpx

KKଙ୍କ ହୃଦଘାତ ନେଇ କହିଲେ ଡାକ୍ତର- ହାର୍ଟ ରୋଗ ଉପରେ ଧ୍ୟାନ ଦେଲେ ନାହିଁ, CPRଦେଇଥିଲେ ବଞ୍ଚି ଯାଇଥାନ୍ତେ

ନୂଆଦିଲ୍ଲୀ: ପ୍ରସିଦ୍ଧ ସିଙ୍ଗର କେକେଙ୍କ କୋଲକାତାରେ ଲାଇଭ୍ କନସର୍ଟର ପ୍ରାୟ ଏକ ଘଣ୍ଟା ପରେ ଦେହାନ୍ତ ଘଟିଛି। ତାଙ୍କ ଅକାଳରେ ବିୟୋଗ ସଭିଙ୍କୁ ମର୍ମାହତ କରିଛି। ପୋଷ୍ଟମର୍ଟମର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ହୃଦଘାତରେ ତାଙ୍କ ଦେହାନ୍ତ ଘଟିଛି। ଡାକ୍ତରଙ୍କ କହିବା କଥା ଯଦି ତାଙ୍କୁ ଠିକ୍ ସମୟରେ ସିପିଆର(Cardiopulmonary Resuscitation) ଦିଆଯାଇଥାନ୍ତା ତେବେ ତାଙ୍କ ଜୀବନ ବଞ୍ଚି ଯାଇଥାନ୍ତା। ସେ ଯେତେବେଳେ ହସ୍ପିଟାଲରେ ପହଞ୍ଚିଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ଏହା ମଧ୍ୟ ଜଣା ପଡିଛି ଯେ, ଅନେକ ହାର୍ଟ ବ୍ଲୋକେଜ୍ ହେବା କାରଣରୁ କେକେଙ୍କ ପ୍ରାଣହାନୀ ଘଟିଛି। ଶୋ ସମୟରେ ସେ ବହୁତ ସମୟ ବିଚଳିତ ଏବଂ ଗରମ ଅନୁଭବ କରୁଥିଲେ। ହୋଟେଲ୍ ଆସିବା ପରେ ତାଙ୍କ ସ୍ଵାସ୍ଥ୍ୟ ଅଧିକ ବିଗିଡି ଯାଇଥିଲା।

ସିଙ୍ଗର କେକେଙ୍କ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜଣା ପଡିଛି ଯେ, ସେ ଦୀର୍ଘ ସମୟ ଧରି ହୃଦଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ଅଟୋପ୍ସି କରିଥିବା ଡାକ୍ତର ଆଶଙ୍କା ପ୍ରକାଶ କରିଛନ୍ତି ଯେ, କେକେଙ୍କୁ ଗମ୍ଭୀର ହୃଦଘାତ ହୋଇଥିଲା। ସେ ଦୀର୍ଘ ସମୟ ଧରି ହୃଦଜନିତ ରୋଗରେ ପୀଡିତ ଥିଲେ। କିନ୍ତୁ ସେ ଏହା ଉପରେ ଧ୍ୟାନ ଦେଇନଥିଲେ।

ଡାକ୍ତର ଏହା ମଧ୍ୟ କହିଛନ୍ତି, ତାଙ୍କର ବାମ ଧମନୀରେ ଏକ ଅବରୋଧ(ବ୍ଲୋକେଜ୍) ରହିଥିଲା। ଦ୍ଵିତୀୟ ଧମନୀରେ ମଧ୍ୟ କିଛି ବ୍ଲୋକେଜ୍ ରହିଥିଲା। ଏହି କାରଣରୁ ତାଙ୍କର ହୃଦଘାତ ଘଟିଥିଲା। ବାମ ଧମନୀରେ ୮୦ ପ୍ରତିଶତ ଅବରୋଧ ଏବଂ ଅନେକ ଧମନୀରେ ବହୁତ ବ୍ଲୋକେଜ ଥିଲା।

ଡାକ୍ତର କହିଛନ୍ତି, ମଙ୍ଗଳବାର ପରଫମାନ୍ସ ସମୟରେ କେକେ ଦୌଡୁଥିଲେ ଏବଂ ବହୁତ ଏକ୍ସାଇଟମେଣ୍ଟ ଥିଲେ। ଏହି କାରଣରୁ ରକ୍ତ ପ୍ରବାହ ବନ୍ଦ ହୋଇଥିଲା। ଏହି କାରଣରୁ ସେ ଅଚେତ ହୋଇ ପଡିଥିଲେ ଏବଂ ହୃଦଘାତର ଶିକାର ହୋଇଥିଲେ। ଯଦି ସମୟ ପୂର୍ବରୁ ତାଙ୍କୁ ସିପିଆର ଦିଆଯାଇଥାନ୍ତା ସେ ବଞ୍ଚି ଯାଇଥାନ୍ତେ।

Get real time updates directly on you device, subscribe now.