fbpx

ଚନ୍ଦ୍ର କିରଣ ମହିଳାଙ୍କ ଉପରେ ପକାଇଥାଏ ଏହି ପ୍ରଭାବ: ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ମହିଳାମାନେ ବହୁତ ଭାବୁକ ହୋଇଥାନ୍ତି । ସେମାନଙ୍କ ଭାବନା ଅନେକ ଜିନିଷ ଦ୍ୱାରା ପ୍ରଭାବିତ ହୋଇଥାଏ । ତେବେ ସେଥମଧ୍ୟରୁ ଗୋଟିଏ ହୋଉଛି ଚନ୍ଦ୍ରର କରିଣ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚନ୍ଦ୍ର କିରଣ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଚନ୍ଦ୍ର କିରଣ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ ।

ଚନ୍ଦ୍ର କିରଣ ମହିଳାଙ୍କ ଉପରେ ପକାଇଥାଏ ପ୍ରଭାବ: ତେବେ ଚନ୍ଦ୍ର ଏବଂ ତାର କିରଣ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ୍ ପ୍ରଭାବ ପକାଇ ଥାଏ । ତେବେ ବୌଜ୍ଞାନିକ ଏବଂ ଆୟୁର୍ବେଦୈକମାନଙ୍କ ମତରେ ଏହି କଥା ପ୍ରମାଣିତ ହୋଇସାରିଛି । ତେବେ ଏହା ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ମନ ଉପରେ ଅନେକ ପ୍ରଭାବ ପକାଇଥାଏ ।

ମହିଳାଙ୍କ ମନ ଉପରେ ଚନ୍ଦ୍ର କିରଣ ର ପ୍ରଭାବ: ଚନ୍ଦ୍ର ବଢିବା ଏବଂ କମିବା ମହିଳାଙ୍କ ମନ ଉପରେ ଖୁବ୍ ପ୍ରଭାବ ପକାଇଥାଏ । ତେବେ ଏହା ଅତି ସହଜରେ ମଧ୍ୟ ଜଣା ପଡିଥାଏ । ଏଥିସହିତ ପୂର୍ଣ୍ଣ ଚନ୍ଦ୍ର ମହିଳାଙ୍କ ଶାରୀରିକ ସମ୍ବନ୍ଧ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ରିସର୍ଚ୍ଚ ଅନୁସାରେ ପୂର୍ଣ୍ଣ ଚନ୍ଦ୍ର ସମୟରେ ମହିଳାମାନେ ସକ୍ରିୟ ରହିଥାନ୍ତି ।

ସ୍ୱାସ୍ଥ୍ୟ ଉପରେ ଚନ୍ଦ୍ର କିରଣ ର ପ୍ରଭାବ: ମୁନ୍ ଚାର୍ଚ୍ଚ ୱାଟର ମାଧ୍ୟମରେ ମହିଳଆମାନେ ତାଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖି ପାରିବେ । ଏଥିପାଇଁ ଆପଣଙ୍କୁ ଚନ୍ଦ୍ର କିରଣରେ ଗୋଟିଏ ଗ୍ଲାସ ପାଣି ରଖି ଏହି ପାଣି ମଧ୍ୟମରେ ଚନ୍ଦ୍ରମାର ଉର୍ଜାରୁ ସୁସ୍ଥତା ଲାଭ କରି ପାରିବେ। ଏତତ୍ ବ୍ୟତୀତ ଚନ୍ଦ୍ର ଚକ୍ର ମହିଳାଙ୍କ ମାସିକ ଧର୍ମର ଚକ୍ର ସହ ଜଡିତ ଥାଏ ।

ହରମୋନ ସମସ୍ୟା ଠିକ୍ ହୋଇଥାଏ: ସକାଳୁ ଖାଲି ପେଟରେ ମୁନ୍ ଚାର୍ଚ୍ଚ ୱାଟର ପିଇବା ଦ୍ୱାରା ଶରୀରରେ ଥିବା ହରମୋନ ଅସନ୍ତୁଳନ ଠିକ୍ ହୋଇଥାଏ । ଏଥି ସହିତ ସ୍ୱାସ୍ଥ୍ୟ ଏବଂ ଭାବନାତ୍ମକ ଚିନ୍ତନରେ ମଧ୍ୟ ସୁଧାର ଆସିଥାଏ ।

ତ୍ୱଚାର ଚମକ ବଢିଥାଏ: ମୁନ୍ ଚାର୍ଚ୍ଚ ୱାଟର ନିୟମିତ ସେବନ କରିବା ଦ୍ୱାରା ଏହା ତ୍ୱଚାର ଚମକ ବଢାଇଥାଏ । ତେବେ ଚନ୍ଦ୍ର କିରଣର ପାଣି ଚ୍ୱଚାର ଅଣୁଗୁଡିକୁ ସକ୍ରୀୟ କରିଥାଏ । ଯାହାଦ୍ୱାରା ତ୍ୱଚାର ସୌନ୍ଦର୍ଯ୍ୟ ବଢିଥାଏ ।

Get real time updates directly on you device, subscribe now.