fbpx

Video: ମୁଁ ସରକାରୀ ବାବୁ, ମୋର ଗୋଡ ହାତ ସବୁ ମାଲିସ କର ଓ ମୋର ସେବା କର

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ମୋଟୁ ରେଞ୍ଜର ବାବୁଙ୍କ ତେଲ ମାଲିସ ସେବାର ଚିତ୍ର। କର୍ମଚାରୀଙ୍କୁ ଲଗାଇ ମାଲିସ ହେଉଛନ୍ତି ମାଲକାନଗିରି ମୋଟୁ ର ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁ । ବନ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କୁ ଚାପ ପକାଇ ଏମିତି ନିୟମିତ ତେଲ ମାଲିସ ନେଉଛନ୍ତି ରେଞ୍ଜର ବାବୁ । ଖାଲି ଏତିକି ନୁହେଁ, ରନ୍ଧାବଢ଼ା ଠାରୁ ଆରମ୍ଭ କରି ରାତି ଅଧିଆ ବିଭିନ୍ନ ଘରୋଇ କାମ କରାଇବାକୁ ରେଞ୍ଜର ବାବୁ ବାଧ୍ୟ କରୁଥିବା କର୍ମଚାରୀ ଅଭିଯୋଗ କରିଥିବା ବେଳେ ଗତକାଲି ଏମଭି ୭୯ ଠାରେ ମୋଟୁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କେମିତି ଦାମି ସାଗୁଆନ ଗଛ କାଠ କଟାଯାଉଥିଲା ତାର ଚିତ୍ର ସାମ୍ନାକୁ ଆସିଥିଲା।

ରେଞ୍ଜରଙ୍କ କ୍ୟାମ୍ପସ ଭିତରେ କରତ କଳ ଲଗାଇ କାଠ ଚିରା ହେଉଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏବେ ପୁଣି ରେଞ୍ଜର ବାବୁଙ୍କ ତେଲ ମାଲିସ ଚିତ୍ର ଭାଇରାଲ ହେବାରେ ଲାଗିଥିବା ବେଳେ କାର୍ଯ୍ୟାଳୟ ଭିତରେ ଥିବା ମୂଲ୍ୟବାନ ଗଛ କାଟିବା ସହ ସିଜ୍ ହୋଇଥିବା କାଠ ଗଣ୍ଡି ପଟା କାଟିବା ଘଟଣାରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଚନା ଦେଇଚନ୍ତି ମାଲକାନଗିରି ଏସି.ଫ.ଓ । ତେବେ ଏବେ କେବଳ ଦେଖିବାକୁ ବାକି ରହିଲା ଏହି ବିବାଦୀୟ ରେଞ୍ଜର ବାବୁଙ୍କ ଉପରେ କେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉଛି।

Get real time updates directly on you device, subscribe now.