ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ବିଶ୍ୱର ବିଭିନ୍ନ ଦେଶ ଏବେ ଭୋଗୁଛି ଯୁଦ୍ଧର ପରିଣାମ । ଏମିତିକି ଭାରତର ଅର୍ଦ୍ଦସୈନିକ ବଳ ଯବାନମାନଙ୍କ ଉପରେ ଏହାର ପ୍ରଭାବ ପଡିଥିବା କୁହାଯାଉଛି । ଭାରତର ସୀମା ସୁରକ୍ଷା ବଳ(BSF) ଉପରେ ଋଷ-ୟୁକ୍ରେନ ଯୁଦ୍ଧର କିଛି କୁପ୍ରଭାବ ଦେଖିବାକୁ ମିଳିଛି ।
ଉଭୟ ଦେଶ ମଧ୍ୟରେ ଏହି ଯୁଦ୍ଧ ପାଇଁ ର ଏୟାର ୱିଙ୍ଗ ବିମାନ ଉଡାଣର ସମୟରେ ହ୍ରାସ କରିଛି । ୟୁରୋପରୁ ବିମାନର ଅଂଶବିଶେଷ ମିଳିବା କଷ୍ଟସାଧ୍ୟ ହୋଇପଡିଥିବାରୁ ଏମିତି ଏକ ନିଷ୍ପତ୍ତି ନିଆଯାଇଛି । ତେବେ ଆଗକୁ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଏହି ସମୟରେ ଆହୁରି ହ୍ର୍ରାସ କରାଯାଇପାରେ ବୋଲି ପକ୍ଷରୁ ସୂଚନା ମିଳିଛି । ତେବେ ଏହାର ନିର୍ଣ୍ଣୟ ପାଇଁ ଗୃହ ମନ୍ତ୍ରଣାଳୟକୁ ଦାୟିତ୍ୱ ଦିଆଯାଇଛି । ନିକଟରେ ୧୨ରୁ ଅଧିକ ଏମଆଇ-୧୭ ହେଲିକପ୍ଟର, ଏଏଲଏଚ ଧ୍ରୁବ, ଚେତକ, ଚିତା ହେଲିକପ୍ଟର ରହିଛି । ଏହି ସମସ୍ତ ହେଲିକପ୍ଟର ସହିତ ୪ଟି ବିମାନ ଅପରେସନ ଏବଂ ପରିବହନରେ ପାରାମିଲିଟାରୀ ସହିତ ଯୋଡି ହୋଇଥାଏ । ତେବେ ଏହି ହେଲିକପ୍ଟରଗୁଡିକୁ ଜାମ୍ମୁ-କାଶ୍ମୀରରେ ନିୟୋଜିତ କରାଯିବା ସହ ଉଗ୍ରବାଦୀ ଏବଂ ନକ୍ସଲବାଦୀ ଅଞ୍ଚଳରେ ସୁରକ୍ଷା ପାଇଁ ଦାୟିତ୍ୱ ଦିଆଯାଇଛି । ଏହି ଏୟାର ୱିଙ୍ଗରେ ର ବାୟୁସେନାର ଜଣେ କମାଣ୍ଡର ଏବେ ଅନ୍ୟ ସମସ୍ତ ସୁରକ୍ଷାବଳଙ୍କୁ ପର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ସୂଚନା ଦିଆଯାଇଛି । ତେବେ ଏହି ଅନୁସାରେ ଯୋଜନା କରିବା ପାଇଁ କୁହାଯାଇଛି ।