fbpx

୭ ରାଜ୍ୟର ୧୩ ବିଧାନସଭା ସିଟ୍‌ରେ ଉପନିର୍ବାଚନ ଲାଗି ଘୋଷଣା କଲେ ନିର୍ବାଚନ କମିଶନ, ଜାଣନ୍ତୁ ତାରିଖ

Advertisement

ନୂଆଦିଲ୍ଲୀ: ନିର୍ବାଚନ କମିଶନ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ସହିତ ୭ ରାଜ୍ୟର ୧୩ ବିଧାନସଭା ସିଟ୍‌ରେ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ୧୩ ସିଟ୍‌ରେ ଉପନିର୍ବାଚନ ଲାଗି ଜୁଲାଇ ୧୦ରେ ଭୋଟଗ୍ରହଣ ହେବ ।
ଜୁଲାଇ ୧୦ରେ ବିହାରର ୧, ପଶ୍ଚିମବଙ୍ଗର ୪, ତାମିଲନାଡୁର ୧, ମଧ୍ୟପ୍ରଦେଶର ୧, ଉତ୍ତରାଖଣ୍ଡର ୨, ପଞ୍ଜାବର ୧, ହିମାଚଳର ୩ ସିଟ୍‌ରେ ମତଦାନ ହେବ । ନିର୍ବାଚନ କମିଶନଙ୍କ ଅନୁଯାୟୀ ଏହି ସିଟ୍‌ରେ ୧୪ ଜୁନ୍‌ରେ ବିଜ୍ଞପ୍ତି ଜାରି ହେବ । ନାମାଙ୍କନ ଭରିବାର ଶେଷ ତାରିଖ ୨୧ ଜୁନ୍ ରହିବ । ନାମାଙ୍କନର ସ୍କ୍ରୁଟିନୀ ୧୪ ଜୁନ୍‌ରେ ହେବ । ନାମାଙ୍କନ ଫେରାଇ ନେବାର ଶେଷ ତାରିଖ ୨୬ ଜୁନ୍ ପର୍ଯ୍ୟନ୍ତ ରହିବ । ଭୋଟିଂ ଜୁଲାଇ ୧୦ରେ ହେବ । ଫଳାଫଳ ଜୁଲାଇ ୧୩ରେ ଆସିବ ।

Get real time updates directly on you device, subscribe now.