ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ବିଭିନ୍ନ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ । ସେହିପରି ବାର ଅନୁଯାୟୀ ନିର୍ଦ୍ଦିଷ୍ଟ ଦେବୀଦେବତାଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ବ୍ୟକ୍ତିକୁ ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଶାନ୍ତି ପ୍ରାପ୍ତ ହୋଇଥାଏ । ସୋମବାର ବିନାଶକାରୀ ଦେବତା କୁହାଯାଉଥିବା ଶିବଙ୍କୁ ସମର୍ପିତ । ମହାଦେବ, ଭୋଳାନାଥ, ଶଙ୍କର, ନୀଳକଣ୍ଠ, ଜଟାଧାରୀ, ଚନ୍ଦ୍ରଶେଖର ଆଦି ଅନ୍ୟ ନାଁରେ ସେ ପରିଚିତ । ଶିବଙ୍କ ମନ୍ତ୍ର ଜାପ ଦ୍ୱାରା ଜୀବନରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ଏହା ବାଦ୍ ଶିବ ମନ୍ତ୍ର ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଠାରୁ ଆରମ୍ଭ କରି କୁଣ୍ଡଳୀ ଦୋଷ ସବୁ ଠିକ୍ କରିବାର ଶକ୍ତି ଅଛି । ତେବେ ଆସନ୍ତୁ ଜାଣିବା କେଉଁ ଦୋଷ ପାଇଁ କେଉଁ ଶିବ ମନ୍ତ୍ର ଜପ କରିବା ଫଲଦାୟୀ ହୋଇଥାଏ ।
ଶିବ ଆଦି ଏବଂ ଅନ୍ତ । ଭକ୍ତି ଓ ଶ୍ରଦ୍ଧା ଭାବରେ ଶିବଙ୍କ ପୂଜାର୍ଚ୍ଚନା କରୁଥିବା ସମସ୍ତ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
୧. ବାତ ଦୋଷ: ବ୍ୟକ୍ତି ଜଣଙ୍କୁ ବାତ ଦୋଷ ଥିଲେ ‘ଓମ୍ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ । ଏହା ଦ୍ୱାରା ଜୀବନରେ ସ୍ଥିରତା ଦେଖାଯିବା ସହ ଚିନ୍ତା ଦୂର ହୋଇଥାଏ ।
୨. ପିତ୍ତ ଦୋଷ: ବ୍ୟକ୍ତି ଜଣଙ୍କୁ ପିତ୍ତ ଦୋଷ ଥିଲେ ‘ଓମ୍ ହ୍ରିଂ ନମଃ ଶିବାୟ’ ଜପ କରନ୍ତୁ । ଏହା ମନ ଏବଂ ଶରୀରକୁ ଶାନ୍ତ ରଖିବାରେ ସହାୟକ ହୋଇଥାଏ ।
୩. କଫ ଦୋଷ: ‘ଓମ୍ ଜୁଂ ସଃ’ ଏହି ମନ୍ତ୍ର ଜପ କଲେ ଆନ୍ତରିକ ଉର୍ଜ୍ଜା ସକ୍ରିୟ ହେବାରେ ସହାୟକ ହୋଇଥାଏ । ଏହା ବାଦ୍ ବ୍ୟକ୍ତିର ଅଳସପଣକୁ ହ୍ରାସ କରିବା ସହ କଫ ଦୋଷକୁ ନିୟନ୍ତ୍ରିତ ରଖିଥାଏ ।
୪. ରୋଗ ଦୋଷ: ଆଦି ନାଡ଼ି ଏକ ଦୋଷ ଯାହା ମାନସିକ ରୋଗ ଉତ୍ପନ୍ନ କରିବାର କ୍ଷମତା ରଖିଥାଏ । ଏଥିପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଫଳଦାୟୀ ହୋଇଥାଏ । ଏହି ମନ୍ତ୍ର ଜୀବନରେ ସ୍ଥିରତା ତଥା ମାନସିକ ଶାନ୍ତି ପ୍ରଦାନ କରିଥାଏ । ‘ଓମ୍ ତ୍ରୟମ୍ବକମ୍ ୟଜାମହେ ସୁଗନ୍ଧିମ୍ ପୁଷ୍ଟି ବର୍ଦ୍ଧନମ୍
ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍’ । ନାଡ଼ି ତୃଟି ପାଇଁ ‘ଓମ୍ ନମଃ ଶିବାୟ’ ମନ୍ତ୍ର ଜପ କରିବା ଲାଭଦାୟକ ହୋଇଥାଏ । ଏହା ଶରୀରରେ ଥିବା ୭ଟି ଚକ୍ରକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ ଏବଂ ଶକ୍ତିର ପ୍ରବାହକୁ ପ୍ରୋତ୍ସାହିତ କରିଥାଏ ।
୫. ଶାସ୍ତ୍ର ଦୋଷ: ଜ୍ୟୋତିଷ ତୃଟି ଯୋଗୁଁ ଶାସ୍ତ୍ର ଦୋଷ ଦେଖାଦେଇଥାଏ । ସମସ୍ତ ଗ୍ରହକୁ ସନ୍ତୁଳିତ କରିବା ଏବଂ ଜାତକରେ କୌଣସି ପ୍ରକାର ଦୋଷକୁ ଦୂର କରିବା ପାଇଁ ବ୍ୟକ୍ତିଙ୍କୁ ଶିବଙ୍କ ମନ୍ତ୍ର ‘ଓମ୍ ରୁଦ୍ରାୟ ନମଃ’ ।
୬. ବାସ୍ତୁ ଦୋଷ: କୌଣସି ପ୍ରକାର ବାସ୍ତୁ ଦୋଷରୁ ମୁକ୍ତି ପାଇବା ପାଇଁ ଶିବ ପଞ୍ଚାକ୍ଷରୀ ମନ୍ତ୍ର ‘ଓମ୍ ନମଃ ଶିବାୟ’ର ଜପ କରନ୍ତୁ । ଫଲରେ ଜୀବନରେ ଧନ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।
୭. କର୍ମ ଦୋଷ: ‘ଓମ୍ ନମଃ ଶିବାୟ’ ଏକ ଶକ୍ତିଶାଳୀ ଶିବ ମନ୍ତ୍ର ଅତୀତର କର୍ମ ଫଳକୁ ଶୁଦ୍ଧ କରିବା ଏବଂ ସକାରାତ୍ମକ କର୍ମ ପ୍ରଭାବ ସୃଷ୍ଟି କରିବାରେ ସହାୟକ ହୋଇଥାଏ ।