fbpx

୫ଦିନ ଧରି ଶବ ସହ ରହିଥିଲା ପରିବାର: ଘରେ ରହି ଅସୁସ୍ଥ ହେଲେ ୧୧ ସଦସ୍ୟ

ନୂଆଦିଲ୍ଲୀ: କୌଣସି ବ୍ୟକ୍ତିର ମୃତ୍ୟୁ ପରେ ଶବ ଦାହ କରାଯାଏ। କିନ୍ତୁ ଶବ ସହ ୫ ଦିନ ଧରି ଏକ ବନ୍ଦ ଘରେ ପୁରା ପରିବାର ରହିଥିବା ଘଟଣା ଶୁଣିଲେ ଆପଣମାନଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ତେବେ ପ୍ରୟାଗରାଜର କରଛନା ଥାନା ଅନ୍ତର୍ଗତ ଡିହା ଗ୍ରାମରେ ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ ପୁରା ପରିବାର ୫ ଦିନ ଧରି ଶବ ସହ ଏକ ବନ୍ଦ ଘରେ ରହିଥିଲା। ସୂଚନାଥାଉ କି, ଡିହା ଗ୍ରାମର ବାସିନ୍ଦା ଅଭୟ ରାଜ ଯାଦବ ନିଜ ପୁଅ ଓ ଝିଅଙ୍କ ସହ ଘରେ ରହୁଥିଲେ। ଗତ ମଙ୍ଗଳବାର ଘରୁ ଦୁର୍ଗନ୍ଧ ଆସିବାରୁ ଗ୍ରମବାସୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଯୁବତୀଙ୍କ ମୃତ ଶରୀର ଘରେ ପଡ଼ିଥିବାର ଦେଖିଥିଲା। ଘରର ୧୧ଜଣ ସଦସ୍ୟ ବନ୍ଦଘରେ ରହିଥିବାରୁ ଅସୁସ୍ଥ ହୋଇଥିବା ଜଣା ପଡ଼ିଛି। ପୋଲିସ ସମସ୍ତ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା।

ମୃତକ ଯୁବତୀ ହେଉଛନ୍ତି ୧୮ ବର୍ଷର ଅନ୍ତିମା ଯାଦବ। ଘରେ ମୃତକଙ୍କ ତିନି ଭଉଣୀ ଓ ତିନି ଭାଇ ଥିବା ସହ ୫ ଶିଶୁ ରହିଥିବା ସୂଚନା ମିଳିଛି। ସେହିପରିି ପରିବାରର ସମସ୍ତ ସଦସ୍ୟ ଖାଦ୍ୟ ନଖାଇ କେବଳ ଗଙ୍ଗାଜଳ ପିଇ ରହିଥିବାରୁ ଏପରି ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାରର ଏକ ୫ ବର୍ଷର ଶିଶୁର ଅବସ୍ଥା ଅଧିକ ଖରାପ ହୋଇ ଯାଇଥିବା ପ୍ରକାଶ ପାଇଛି।

ତେବେ ପୋଲିସ ସୂଚନା ଅନୁସାରେ ଅଭୟ ରାଜଙ୍କ ବ୍ୟତୀତ ପରିବାରର ଅନ୍ୟ ସମସ୍ତ ସଦସ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାରର ଅସୁସ୍ଥ ଥିବା ସମସ୍ତ ସଦସ୍ୟ ଔଷଧ ବଦଳରେ ଝଡ଼ା ଫୁଙ୍କା ଓ ତନ୍ତ୍ର ମନ୍ତ୍ର କରୁଥିଲେ। ତେବେ ପରିବାର କୌଣସି ଦେବୀଙ୍କର ପୂଜା କରୁଥିବା ଅଭୟ ପୋଲିସକୁ କହିଛନ୍ତି। ଅଭୟ ଝଡ଼ାଫୁଙ୍କାକୁ ବିରୋଧ କରିବାରୁ ପରିବାର ଲୋକେ ତାଙ୍କୁ ଘରର ଏକ କଠୋରୀରେ ବନ୍ଦ କରିଦେଇଥିଲେ। ପରିବାର ଦେବୀଙ୍କର ଉପାସନା କରୁଥିବାରୁ ଏପରି ତନ୍ତ୍ରମନ୍ତ୍ର କରି ଅସୁସ୍ଥ ହୋଇପଡ଼ିଥିବା ପୋଲିସ ସୂଚନା ଦେଇଛି।

Get real time updates directly on you device, subscribe now.