ବଞ୍ଚିଲା ଝିଅର ମଲା କାର୍ଡ ଛାପିଲେ ବାପା, ଗାଁରେ ଦେଲେ ୧୧ ଦିନିଆ ଭୋଜି, କାରଣ ଜାଣିଲେ ଉଡ଼ିଯିବ ହୋସ୍
ବଞ୍ଚି ଥାଉ ଥାଉ ଝିଅର ସୁଦ୍ଧିକ୍ରିୟା କରୁଛି ବାପା।
ରାଜସ୍ଥାନ: ଅତ୍ୟନ୍ତ ଦୁଃଖଦ ଖବର। ବଞ୍ଚି ଥାଉ ଥାଉ ଝିଅର ସୁଦ୍ଧିକ୍ରିୟା। ସରିଛି କାର୍ଡ ଛପା ଆଉ ଦିଆ ସରିଛି ଫଟୋରେ ଫୁଲମାଳ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଶୁଦ୍ଧିକ୍ରିୟାର ଆୟୋଜନ କରିଛନ୍ତି ନିଜେ ବାପା।
ରାଜସ୍ଥାନ ଭିଲୱାଡା ଜିଲ୍ଲାର ଆସିନ୍ଦ ଉପଖଣ୍ଡର ସାରେରି ଗାଁରେ ଏପରି ଏକ ଅନନ୍ୟ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବାପା ତାଙ୍କ ଜୀବିତ ଝିଅର ମଲା କାର୍ଡ ଛାପି ଏକ ଶୋକସଭାର ଆୟୋଜନ କରିଥିଲେ।
ଯେଉଁଥିରେ ଗାଁର ଲୋକମାନେ ମଧ୍ୟ ସାମିଲ ହୋଇଥିଲେ। ଆଉ ଏପରି ଏକ ଘଟଣା କାହିଁକି ଘଟିଲା ବଞ୍ଚି ଥାଉ ଥାଉ ନିଜ ଝିଅକୁ ବାପା ଜଣକ କାହିଁକି ସୁଦ୍ଧି ହେଲେ ତାହା ବି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ବଞ୍ଚିଲା ଝିଅକୁ ମାରିଦେଲେ ବାପା: ବାପା ଭୈରୁଲାଲ ଜୋଶୀ ପୂଜାର ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେହି ଗାଁର ବାସିନ୍ଦା ସଞ୍ଜୟ ତିୱାରୀଙ୍କ ସହିତ ତାଙ୍କର ବିବାହ ଖୁବ୍ ଧୁମଧାମରେ କରାଇଥିଲେ।
ବିବାହର କିଛି ଦିନ ପରେ ପୂଜା ତାଙ୍କ ସ୍ୱାମୀ ସଞ୍ଜୟ ତିୱାରୀଙ୍କ ସମ୍ପର୍କୀୟ ସୂରଜ ତିୱାରୀଙ୍କ ପ୍ରେମରେ ପଡ଼ିଗଲେ ଏବଂ ତାଙ୍କ ବୈବାହିକ ଜୀବନ ଶେଷ କରି ସୂରଜଙ୍କ ସହିତ ଘରୁ ପଳାଇ ଆସି ତାଙ୍କୁ ବିବାହ କଲେ।
ଏହା ପରେ ଯେତେବେଳେ ପୋଲିସ ପୂଜାକୁ ଥାନାକୁ ଆଣିଲା, ସେ ତାଙ୍କ ବାପାଙ୍କ ବିରୁଦ୍ଧରେ ଏକ ବୟାନ ଦେଲେ। ଏଥିରେ ଆଘାତ ପାଇ ପିତା ଭୈରୁଲାଲ ଯୋଶୀ କହିଛନ୍ତି ଆଜିଠାରୁ ପୂଜା ତାଙ୍କ ପାଇଁ ମରିଗଲା।
ଝିଅର ସୁଦ୍ଧିକ୍ରିୟା: ଝିଅର ଯନ୍ତ୍ରଣାରେ ଆଘାତ ପାଇଥିବା ବାପା ତାଙ୍କ ଜୀବିତ ଝିଅକୁ ପୂରା ଗାଁରେ ମୃତ ଘୋଷଣା କଲେ ଏବଂ ତାଙ୍କ ନାମରେ ଏକ ଶୋକପତ୍ର ଛାପିଲେ।
ଏହା ସହିତ ତାଙ୍କ ଶ୍ରାଦ୍ଧ କର୍ମ ପାଇଁ ୧୨ ଦିନ ପାଇଁ ଘର ବାହାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏବଂ ଦୁଃଖର ସହ ଇଚ୍ଛା ନଥାଇ ବି ବଞ୍ଚିଲା ଝିଅର ମଲା କାର୍ଡ ଛାପି ଥିଲେ ବାପା।
ସମାଜ ପାଇଁ ଲଜ୍ଜା: ଭୈରୁଲାଲ ଜୋଶୀଙ୍କ ଝିଅ ପୂଜା ବାଈ ୨୦୨୫ ମସିହା ଏପ୍ରିଲ ମାସ ୨୫ ତାରିଖରେ ବିବାହ କରିଥିଲେ। ବିବାହ ପରେ ତାଙ୍କର ୨୯ ଜୁଲାଇ ଦେହାନ୍ତ ହୋଇଥିଲା।
ପ୍ରକୃତରେ ବରେଲି ଗାଁର ବାସିନ୍ଦା ଭୈରୁ ଲାଲ ଯୋଶୀଙ୍କ ଝିଅ ପୂଜା ନିଜ ସମାଜ ପାଇଁ ଲଜ୍ଜା ଜନକ କାମ କରିଥିଲେ। ତେଣୁ ବଞ୍ଚିଥିବା ସମୟରେ ଝିଅକୁ ମୃତ ଘୋଷଣା କରି ସମାଜକୁ ଏକ ବାର୍ତ୍ତା ଦେବାକୁ ଚାହୁଁଥିଲେ ବାପା ଜଣକ।