fbpx
BSKY SKY
BSKY SKY

ସ୍ପର୍ମ ଡୋନର ହେଲେ ୬୦୦ ପିଲାଙ୍କ ପିତା! କାରନାମା ଦେଖି ଲାଗିଲା ବ୍ୟାନ୍, ଏଥର ୯୦ ଲକ୍ଷ ଜରିମାନା

BSKY

ନୂଆଦିଲ୍ଲୀ: ଶୁକ୍ରବାର ଅଦାଲତରେ ଏକ ଅଜବ ପ୍ରକାରର ଶୁଶାଣୀ କରିଛନ୍ତି । ଜଣେ ବ୍ୟକ୍ତିଙ୍କୁ ପିଲା ଜନ୍ମ ନ କରିବା ପାଇଁ ଆଦେଶ ଜାରି କରିଛନ୍ତି ମାନ୍ୟବର କୋର୍ଟ । କାରଣ ଏହି ବ୍ୟକ୍ତି ଜଣଙ୍କର ମୋଟ ୫୦୦-୬୦୦ ଜଣ ପିଲା ରହିଛନ୍ତି । କୋର୍ଟ ଜୋନାଥନ ମୀଜର ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ସେ କୋର୍ଟକୁ ଅବମାନନା କରି ଆଦେଶର ଉଲ୍ଲଙ୍ଘନ କଲେ ୧.୧୦ ଲକ୍ଷ ଡଲାର ବା ୮୯.୮୯ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯିବ । ଜୋନାଥନଙ୍କର ଏହି କାରନାମାକୁ ଦେଖି ନେଦରଲାଣ୍ଡ ଅଦାଲତ ଏହି ଶୁଣାଣି କରିଛନ୍ତି ।

Sperm Donation

ପ୍ରକୃତରେ ଜେନାଥନ ହେଉଛନ୍ତି ଜଣେ ସ୍ପର୍ମ ଡୋନର । ତାଙ୍କର ସ୍ପର୍ମରେ ଦୁନିଆରେ ୫୦୦-୬୦୦ ପିଲା ଜନ୍ମ ହୋଇ ସାରିଛନ୍ତି । ତେଣୁ ସେ ହେଉଛନ୍ତି ଏହି ପିଲାମାନଙ୍କର ବାୟୋଲୋଜିକାଲ ଫାଦର । ମୀଜରଙ୍କୁ କୋର୍ଟ କହିଛନ୍ତି ଯେ, ସେ ସମସ୍ତ କ୍ଲିନିକ୍ସରେ ଲିଖିତ ଆକାରରେ କହିଛନ୍ତି ଯେ, ଯଦି ତାଙ୍କର ସ୍ପର୍ମ ରହିଛି ତେବେ ଏହାକୁ ନଷ୍ଟ କରି ଦିଆଯାଉ । ତେବେ କେବଳ ସେହି ଶୁକ୍ରାଣୁ ମୁକ୍ତ ହେବ, ଯେଉଁଥିପାଇଁ ଜଣେ ପିତାମାତା ବୁକ୍ କରି ସାରିଥିବେ । ଜୋନାଥନ ମିଜରଙ୍କ ଜୀବନରେ ସବୁ କିଛି ଠିକ ଚାଲିଛି । କିନ୍ତୁ ଏକ ନାଗରିକ ସଂସ୍ଥା ଏ ନେଇ କୋର୍ଟରେ ମାମଲା ରୁଜୁ କରିବା ପରେ ଘଟଣା ବିଗିଡି ଯାଇଥିଲା । ତେବେ ମିଜରଙ୍କ ସ୍ପର୍ମ ଡୋନେସନରୁ ଜନ୍ମ ନେଉଥିବା ପିଲାମାନଙ୍କର ଗୋପନୀୟତା ହ୍ରାସ ପାଉଛି ବୋଲି ଏହି କେସରେ କୁହାଯାଇଛି । କାରଣ ଯଦି ମିଜରଙ୍କ ସ୍ପର୍ମରୁ ଜନ୍ମ ନେଇଥିବା କୌଣସି ପୁଅ ଏବଂ ଝିଅ ନିଜ ନିଜ ଭିତରେ ରୋମାଣ୍ଟିକ ସମ୍ପର୍କରେ ଆସିଥାନ୍ତି, ତେବେ ଏହା ବେବିଚାର ହୋଇଯିବ ।

୨୦୧୭ ମସିହାରେ ମୀଜରଙ୍କ ସ୍ପର୍ମ ଡୋନେସନ ଉପରେ ପ୍ରଥମ ଘଟଣା ସାମନାକୁ ଆସିଥିଲା । ଏହାପରେ ୧୦୦ ପିଲାଙ୍କର ବାୟୋଲୋଜିକାଲ ଫାଦର ହେବା ପରେ ତାଙ୍କୁ ନେଦରଲାଣ୍ଡର ଫର୍ଟିଲିଟି କ୍ଲିନିକ୍ସରେ ସ୍ପର୍ମ ଡୋନେସନରେ ବ୍ଲାକଲିଷ୍ଟେଡ କରି ଦିଆଯାଇଥିଲା । ପରେ ଜୋନାଥନ ମୀଜର ଅନ୍ୟ ଦେଶର କ୍ଲିନିକ ଗୁଡିକରେ ସ୍ପର୍ମ ଡୋନେଟ କରିବା ଆରମ୍ଭ କରିଥିଲେ । ଏହି ଅନୁସାରେ, ସେ ବିଭିନ୍ନ ଦେଶର ଅନେକ ପିଲାଙ୍କର ପିତା ହୋଇଯାଇଛନ୍ତି ।

Get real time updates directly on you device, subscribe now.