fbpx

ମୋଦୀ ସରକାରଙ୍କ ଏହି ଖାସ୍ ଯୋଜନାରେ ଆଜି ଜାରି ହେବ ପ୍ରଥମ କିସ୍ତି, ଉପକୃତ ହେବେ ୧ ଲକ୍ଷ ଲୋକ

ନୂଆଦିଲ୍ଲୀ: ସମାଜର ଗରିବ, ପଛୁଆ ତଥା ବଞ୍ଚିତ ବର୍ଗର ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ଆଦିବାସୀଙ୍କ ବିକାଶ ପାଇଁ ମୋଦୀ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଜନଜାତୀୟ ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ର ପ୍ରଥମ କିସ୍ତି ଆଜି ଏକ ଲକ୍ଷ ହିତାଧିକାରୀଙ୍କୁ ଜାରି କରାଯିବ ।

ଏହି ଏକ ଲକ୍ଷ ହିତାଧିକାରୀ ହେଉଛନ୍ତି ସେହିମାନେ, ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ଅଧୀନରେ ଆସନ୍ତି । ପିଏମ-ଜନମନ ଯୋଜନା ଅଧୀନରେ ୪.୯୦ ଲକ୍ଷ ପକ୍କା ଘର ଯୋଗାଇବାର ବ୍ୟବସ୍ଥା ରହିଛି । ଘର ପିଛା ମୂଲ୍ୟ ୨.୩୯ ଲକ୍ଷ ଟଙ୍କା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସରକାର ସବସିଡି ପ୍ରଦାନ କରୁଛନ୍ତି । ଅର୍ଥାତ୍ ହିତାଧିକାରୀମାନେ ସବସିଡିର ଲାଭ ପାଇବେ ।

ସରକାରୀ ବୟାନରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହିତାଧିକାରୀଙ୍କୁ କିସ୍ତି ପ୍ରଦାନ କରିବେ । ଏହା ବ୍ୟତୀତ ପିଏମ ମୋଦୀ ହିତାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ । ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ଯୋଜନା ଦେଶର ୨୦୦ ଟି ଜିଲ୍ଲାର ୨୨୦୦୦ ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ, ସଂଖ୍ୟାଲଘୁ ଆଦିବାସୀ ବସତି ଏବଂ ପିଭିଟିଜି ପରିବାରରେ ପହଞ୍ଚିବା ଲକ୍ଷ୍ୟରେ ଆରମ୍ଭ ହୋଇଛି । ଏହି ଯୋଜନା ପାଇଁ ସରକାର ଅନୁସୂଚିତ ଜନଜାତି ସହ ଜଡିତ ବିକାଶ କାର୍ଯ୍ୟ ଯୋଜନା ଅଧୀନରେ ୨୦୨୩-୨୪ ରୁ ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ୨୪,୧୦୪ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରିଛନ୍ତି ।

Get real time updates directly on you device, subscribe now.