କାଦୁଅ ଜୋତା ପିନ୍ଧି ଘରକୁ ପଶିଲେ, ବୋହୂ ଠାରୁ ମାଡ଼ ଖାଇଲେ

ଜୋତାରେ ଲାଗିଥିବା କାଦୁଅ ପାଇଁ ଘରେ ହେଲା ବିଶ୍ଵଯୁଦ୍ଧ

ଉତ୍ତରପ୍ରଦେଶ: କାଦୁଅ ଜୋତା ପିନ୍ଧି ଘରକୁ ପଶିଲେ, ବୋହୂ ଠାରୁ ମାଡ଼ ଖାଇଲେ। ଏଭଳି ଏକ ବିବାଦୀୟ ଘଟଣା ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଠି ଘର ପୋଛା ହେଉଥିବା ସମୟରେ ଶ୍ୱଶୁର ବାହାରୁ ଘରକୁ ଆସିଲେ।

ତାଙ୍କ ଜୋତାରେ କାଦୁଅ ଲାଗିଥିଲା। କାଦୁଅ ଯୋଗୁଁ ଘର ମଇଳା ହୋଇଗଲା। ଏହା ଦେଖି ବୋହୂଙ୍କ ରାଗ ମୁଣ୍ଡକୁ ଉଠିଗଲା। ସେ ଏକ ବାଡ଼ି ଉଠାଇ ତାଙ୍କ ବୃଦ୍ଧ ଶ୍ୱଶୁରଙ୍କୁ ପିଟିବାକୁ ଲାଗିଲେ।

ଯେତେବେଳେ ଝଗଡା ଅତ୍ୟଧିକ ବଢିବାକୁ ଲାଗିଲା ସେତେବେଳେ ବୋହୂ ଘର ଭିତରକୁ ଯାଇ ଫାଶି ଦେବାକୁ ଚେଷ୍ଟା କଲେ। ଘରେ ଉତ୍ତେଜନା ଦେଖାଦେବାରୁ ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ବୋହୂକୁ ବଞ୍ଚାଇଲେ ଏବଂ ଡାକ୍ତରଖାନାରେ ନେଇ ଭର୍ତ୍ତି କଲେ।
ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କଲା। ବାସ୍ତବରେ ଖେକ୍ରା ସହରର ଏକ ଅଞ୍ଚଳର ଜଣେ ବାଇକ୍ ମେକାନିକ୍ ସକାଳେ ତାଙ୍କ ପିଲା ଏବଂ ବାପାଙ୍କ ସହିତ ବୁଲିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ଘର ସଫା କରୁଥିଲେ।

ଯେତେବେଳେ ସେମାନେ ଘରକୁ ଫେରିଲେ ଶଶୁରଙ୍କ ଜୋତାରେ କାଦୁଅ ଲାଗିଥିଲା, ଯାହାକୁ ପିନ୍ଧି ଶଶୁର ଘରେ ପଶିଗଲେ ଏବଂ ଘର କାଦୁଅ ହୋଇଗଲା। ଫଳରେ ଏହିସବୁ ଘଟଣା ଘଟିଗଲା ଏବଂ ପୋଲିସ ଯାଏଁ ମଧ୍ୟ କଥା ଗଲା। ବର୍ତ୍ତମାନ ପୋଲିସ ଏହାର ତଦନ୍ତ କରୁଛି।