fbpx

ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର, ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁରୀ: ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଲା । ବିନାବାଧାରେ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ଉପସ୍ଥିତିରେ ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଛି । ତେବେ ଚାରିଦ୍ୱାର ଖୋଲିବାକୁ ଦୀର୍ଘଦୀନର ଦାବି ଥିଲା ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ଶପଥ ଗ୍ରହଣ ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶ୍ରୀମନ୍ଦିରକୁ ଯାଇ ଚାରିଦ୍ୱାର ଖୋଲିବା କାର୍ଯ୍ୟରେ ଉପସ୍ଥିତ ଅଛନ୍ତି ଏଥିସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସହ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଅଛନ୍ତି । ଏଥିସହ ରାଜ୍ୟର ଦୁଇ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଶ୍ରୀମନ୍ଦିରରେ ପୁରୀ ଓ ବାଲେଶ୍ୱର ସାଂସଦ ଉପସ୍ଥିତ ଅଛନ୍ତି ।

Get real time updates directly on you device, subscribe now.