BREAKING: ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ UPDATE : ପୁନଃସାମିଲ ହେଲେ 17 ହଜାର ହିତାଧିକାରୀ, ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ
ଜାନୁଆରୀ ଶେଷରେ ଚତୁର୍ଥ ପର୍ଯାୟ ଟଙ୍କା ମିଳିବ । ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଅପଡେଟ ଦେଇଛନ୍ତି । ଏଯାବତ୍ ସୁଭଦ୍ରାରେ 17 ହଜାର ମହିଳା ପୁଣି ସାମିଲ ହୋଇଛନ୍ତି ।
ପୁଣି ମିଶିଲେ ଅପଟ ଆଉଟ୍ ମହିଳା- ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅପଟ୍ ଆଉଟ ହୋଇଥିବା 17 ହଜାର ମହିଳା ପୁଣିଥରେ ସୁଭଦ୍ରାରେ ମିଶିଛନ୍ତି । ସମୁଦାୟ 31 ହଜାର ଅପଟ ଆଉଟ୍ ହୋଇଥିଲେ । ବର୍ତ୍ତମାନ 17 ହଜାର ପୁନଃ ସାମଲ ହୋଇଛନ୍ତି । ବାକି 14 ହଜାର ମହିଳା ଅପଟ୍ ଇନ୍ କରିନପାରନ୍ତି ବୋଲି ସେ କହିଛନ୍ତି । ସେମାନେ ଆୟକର ବର୍ଗର ହୋଇଥାଇପାରନ୍ତି ।
2 ଲକ୍ଷ ମହିଳାଙ୍କର ହୋଇଛି KYC ଅପଡେଟ-ବର୍ତ୍ତମାନ ସୁଦ୍ଧା 2 ଲକ୍ଷ ମହିଳା କେଓ୍ବାଇସି ଅପଡେଟ୍ କରିନାହାନ୍ତି । ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେଓ୍ବାଇସି ଅପଡେଟ୍ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ- ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିସାରିଥିବା ବେଳେ ଜାନୁଆରୀ ଶେଷରେ ଚତୁର୍ଥ ପର୍ଯାୟ ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଭାତୀପର ପରିଡ଼ା ।