fbpx

ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ବିପଦରେ ଦେଶର ଭବିଷ୍ୟତ; ଅକାରଣରେ ରୋଗରେ ପଡ଼ୁଛନ୍ତି କୁନି କୁନି ପିଲା

ପିଲାଙ୍କ ଜିଦି ଦେଖି ସଚେତନ ହେଉନାହାନ୍ତି ଅଭିଭାବକ

Advertisement

ଭୁବନେଶ୍ୱର: ରାଜଧାନୀରରେ ରହୁଥିବା ଜଣେ ଡାକ୍ତର ରବିବାର ଦିନ ନିଜର ୪ ବର୍ଷର ଝିଅ ସହ ବୁଲିବାକୁ ଆଇ.ଜି. ପାର୍କକୁ ଆସିଥିଲେ। ବୁଲିବା ସମୟରେ ହଠାତ୍ ତାଙ୍କ ଝିଅ ସାଇନା ଚିପ୍ସ ଓ ଚକୋଲେଟ୍ କିଣିବାକୁ ଆସିଥିଲେ। ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ବାପା ତାଙ୍କ ଝିଅକୁ ବୁଝାଇବାରେ ବିଫଳ ହୋଇଥିଲେ। କୁନି ଝିଅଟି ବହୁତକାନ୍ଦିବାରୁ ବାଧ୍ୟ ହୋଇ ଚିପ୍ସ ଓ ଚକୋଲେଟ୍ କିଣିଦେଲେ ବାପା। ଆମେ ପଚାରିବାରୁ ସେ କହିଲେ, ଯେତେବେଳେ ସେ ତାଙ୍କ ଝିଅ ସହିତ ଘରୁ ବାହାରକୁ ଯାଇଥିଲେ, ସେତେବେଳେ ସେ ଚିପ୍ସ ଏବଂ ଜୁସ୍ ଖାଇବାକୁ ଜିଦ୍ କରିଥିଲେ। ଦେଢ଼ ବର୍ଷ ବୟସରେ ସେ ବେଳେବେଳେ ବାହାରୁ ଚିପ୍ସ ଓ ଜୁସ୍ ନେଉଥିଲେ। କିନ୍ତୁ ଏବେ ଏହା ଅଭ୍ୟାସରେ ପରିଣତ ହେବ ବୋଲି ସେ ବୁଝି ପାରିନଥିଲେ। ଏବେ ଅନେକ ଚେଷ୍ଟା ସତ୍ତ୍ୱେ ଝିଅକୁ ଏସବୁ ଖାଦ୍ୟରୁ ଦୂରେଇ ଦେଇ ପାରୁନାହାଁନ୍ତି।

ଜାକ୍ତର ଜଣକ ଆହୁରି କହିଛନ୍ତି, ପିଲାମାନେ ଏହା ଖାଇବା ଠିକ୍ ନୁହେଁ, କିନ୍ତୁ ପିଲାମାନେ ବୁଝିବାକୁ ଚାହାଁନ୍ତି ନାହିଁ। ‘ଭୁବନେଶ୍ୱରର ଭଟ୍ଟପଡ଼ା ଅଞ୍ଚଳର ବାସିନ୍ଦା ଅଟନ୍ତି। ତାଙ୍କର ଦୁଇଟି ଛୋଟ ପିଲା ଅଛନ୍ତି, ଯେଉଁମାନେ ଚିପ୍ସ ଏବଂ ଚଟଣୀ ବ୍ୟତୀତ ଆଉ କିଛି ବୁଝନ୍ତି ନାହିଁ । ସେ ଆହୁରି କହିଛନ୍ତି, “ଏହା କେବଳ ମୋ ପିଲାମାନେ ନୁହଁନ୍ତି । ସମସ୍ତଙ୍କ ପିଲାମାନେ ଭାତ ନ ଖାଇ ଚିପ୍ସ, ଚଣାଚୁର ଓ ବିଭିନ୍ନ ପ୍ରକାରର ଫାଷ୍ଟ୍ ଫୁଡ୍ ଖାଆନ୍ତି। ‘ ଶତକଡ଼ା 80% ପିଲା ଏପରି ଖାଦ୍ୟ ଖାଇ ବିଭିନ୍ନ ରୋଗର ଶୀକାର ହେଉଛନ୍ତି।

ସେପଟେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜନ୍ମର ପ୍ରଥମ ୬ ମାସ ପର୍ଯ୍ୟନ୍ତ ଶିଶୁର ଏକମାତ୍ର ଖାଦ୍ୟ ହେଉଛି ମା’ କ୍ଷୀର। ସେବେଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ମା’ କ୍ଷୀର ସହିତ ଘରେ ପ୍ରସ୍ତୁତ ହାଲୁକା ଓ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦେବା ଉଚିତ। କିନ୍ତୁ ଏବେ ଦେଶରେ ପିଲାଙ୍କ ଖାଦ୍ୟ ଓ ପୋଷଣ ସ୍ଥିତିର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ତେବେ ଆଜିର ପିଢ଼ି ଏପରି ସମସ୍ୟା ଦେଇ ଗତି କରୁଚନ୍ତି। ଯାହା ଆଗାମୀ ସମୟରେ ଗୋଟେ ବଡ଼ ବିପଦ ହେବ। ଯଦି ବେଳ ଥାଉ ଥାଉ କେହି ସଚେତନ ହେଉ ନାହାନ୍ତି ତେବେ ଏହା ଏକ ମନୁଷ୍ୟକୃତ ମହାମାରୀ ରୂପେ ଦେଖାଦେବ।

 

Get real time updates directly on you device, subscribe now.