Ujjwala ଯୋଜନାରେ ଦୀପାବଳି ଭେଟି ଦେବେ ସରକାର! ହିତାଧିକାରୀ ଶୀଘ୍ର କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ: ଉଜ୍ଜ୍ୱଳା ଯୋଜନାର ଘ୍ୟାସ କନେକ୍ସନ ଧାରକ ନିଜ ନିଜର ସିଳିଣ୍ଡର ଭରି ନିଅନ୍ତୁ । କାରଣ ଦୀପାବଳି ଅବସରରେ ହିତାଧିକାରୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ସରକାର । ଦିୱାଲୀ ଅବସରରେ ସରକାର ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଉପହାର ପଠାଇବେ । ପ୍ରାୟ ୧, ୫୬, ୯୬୨ ହିତାଧିକାରୀ ଏହି ଅବସରରେ ଫାଇଦା ପାଇପାରିବେ । ଦୀପାବଳି ପୂର୍ବରୁ ଏହି ଫାଇଦା ହାସଲ କରିପାରିବେ ଉଜ୍ଜ୍ୱଳା ହିତାଧିକାରୀ । ପ୍ରତ୍ୟେକ ହିତାଧିକାରୀଙ୍କୁ ଏହି ଉପହାର ପ୍ରଦାନ କରାଯିବ ବୋଲି ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ବାର୍ଷିକ ୨ ଥର(ହୋଲି ଏବଂ ଦୀପାବଳି) ନିଶୁଳ୍କ ଏଲପିଜି ସିଲିଣ୍ଡର ଯୋଗାଇ ଦେଉଛନ୍ତି ସରକାର । ଚଳିତବର୍ଷ ଦୀପାବଳି ଅବସରରେ ମଧ୍ୟ ହିତାଧିକାରୀ ଏହି ଉପହାର ପାଇବେ । ଉତ୍ତରପ୍ରଦେଶର ଶ୍ରବସ୍ତି ଜିଲ୍ଲାର ଉପଭୋକ୍ତାଙ୍କୁ ଦୀପାବଳି ପୂର୍ବରୁ ଏହି ଉପହାର ପ୍ରଦାନ କରାଯିବ । ହିତାଧିକାରୀ ନିଜ ଖର୍ଚ୍ଚରେ ଉଜ୍ଜ୍ୱଳା ଯୋଜନାର ଗ୍ୟାସ୍ ସିଲିଣ୍ଡି ଭରି ନେବାକୁ କୁହାଯାଇଛି । ଏହାପରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇ ଦିଆଯିବ ।

ଯୋଜନା ଅଧୀନରେ ଜିଲ୍ଲାରେ ପ୍ରାୟ ୧,୫୬,୯୬୨ ପରିବାର ସାମିଲ ରହିଛନ୍ତି । ଏଥିରେ ପ୍ରଥମେ ଆଧାର ପ୍ରମାଣିତ ୧,୩୮, ୮୮୨ ଉପଭୋକ୍ତାଙ୍କୁ ନିଶୁଳ୍କ ଏଲପିଜି ସିଲିଣ୍ଡର ରିଫିଲ୍ ବିତରଣ କରାଯିବ । ଏହାପରେ ଉପଭୋକ୍ତାଙ୍କ ଆଧାର ପ୍ରମାଣ ହେବା ସହିତ ଏହି କ୍ରମରେ ଯୋଜନା ସହ ସେମାନଙ୍କୁ ସାମିଲ କରାଯାଇ ନିଶୁଳ୍କ ସିଲିଣ୍ଡର ପ୍ରଦାନ କରାଯିବ । ହିତାଧିକାରୀମାନେ ସେମାନଙ୍କ ସ୍ତରରେ ପ୍ରଚଳିତ ଉପଭୋକ୍ତା ହାର ଅନୁଯାୟୀ ଦେୟ ଦେଇ ୧୪.୨ କିଲୋଗ୍ରାମର ରିଫିଲ୍ ସିଲିଣ୍ଡର ପାଇବେ । ଏହା ପରେ ସେମାନଙ୍କୁ ଦିଆଯାଇଥିବା ସବସିଡି ଅଭିଯାନ ଅଧୀନରେ ତୈଳ କମ୍ପାନୀ ମାଧ୍ୟମରେ ସେମାନଙ୍କ ଆଧାର ପ୍ରମାଣିତ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।