fbpx

ସରକାରଙ୍କ ନୂଆ ଯୋଜନା! ବିବାହ କଲେ ଦିଆଯିବ ୫୧ ହଜାର ଟଙ୍କା: ଜାଣନ୍ତୁ ଏହି ଯୋଜନା ସମ୍ପର୍କରେ

Advertisement

ଓଡ଼ିଶା ଭାସ୍କର: ଦେଶର ନାଗରିକମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି । ବିଭିନ୍ନ ବର୍ଗର ଲୋକମାନଙ୍କ ଆବଶ୍ୟକତାକୁ ନେଇ ବିଭିନ୍ନ ଯୋଜନା ପ୍ରଣୟନ କରିଥାନ୍ତି । ଏଥିରେ ଅଧିକାଂଶ ଯୋଜନା ଗରିବ ଲୋକମାନଙ୍କ ବିକାଶ ବା ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ଲାଗୁ ହୋଇଥାଏ । ଏଭଳି ଲୋକମାନଙ୍କୁ ସରକାର ଯଥାସମ୍ଭବ ସହାୟତା କରିବାକୁ ଚେଷ୍ଟା କରିଥାନ୍ତି ସରକାର । ଏହିଭଳି ଏକ ଯୋଜନାରେ ବିବାହ କରିବା ପାଇଁ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଗରିବ ଶ୍ରେଣୀର ଲୋକମାନେ ନିଜ ଝିଅ ବିବାହ ସମୟରେ ସରକାରଙ୍କ ଏହି ଯୋଜନାରେ ଟଙ୍କା ପାଇପାରିବେ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ ରାଜ୍ୟ ସରକାରଙ୍କ ଦ୍ୱାରା ଗରିବ ନିରାଶ୍ରିତ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅଧୀନରେ ବିବାହ କରାଇବା ପାଇଁ ୫୧ ହଜାର ଟଙ୍କା ପ୍ରଦାନ କରାଯାଉଛି । ତେବେ ଏହି ଟଙ୍କା ଏକାସାଙ୍ଗରେ ହିତାଧିକାରୀଙ୍କୁ ଦିଆଯାଏ ନାହିଁ । ଏହି ଯୋଜନା ଅଧୀନରେ ବିବାହ ପରେ ସରକାରଙ୍କ ଦ୍ୱାରା ଗରିବ କନ୍ୟାଙ୍କ ଆକାଉଣ୍ଟରେ ୩୧ ହଜାର ଟଙ୍କା ଜମା କରାଯାଏ । ଏହାପରେ ବିବାହ ପାଇଁ ବ୍ୟବହୃତ ଜିନିଷ କିଣିବା ଖର୍ଚ୍ଚରେ ଆଉ ୧୦ ହଜାର ଟଙ୍କା ମିଳିଥାଏ । ସେହିପରି ୬ ହଜାର ଟଙ୍କା ବିବାହ ସମାରୋହ ସଜାଇବା ପାଇଁ ପ୍ରଦାନ କରିଥାନ୍ତି ସରକାର । ତେବେ କେବଳ ପ୍ରକୃତ ହିତାଧିକାରୀ ହିଁ ଏହି ଯୋଜନାର ଲାଭ ଉଠାଇପାରିବେ ।

ୟୁପିରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନାରେ ବିବାହ କରିବା ପାଇଁ ୫୧ ହଜାର ଟଙ୍କା ସମସ୍ତଙ୍କ ଦିଆଯିବ ନାହିଁ । କେବଳ ଉତ୍ତରପ୍ରଦେଶର ମୂଳ ନିବାସୀମାନେ ହିଁ ଏହି ଯୋଜନାର ଫାଇଦା ପାଇପାରିବେ । ତେବେ ବାର୍ଷିକ ୨ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ପରିବାର ହିଁ ଏହି ଯୋଜନାର ଲାଭ ପାଇବା ପାଇଁ ଯୋଗ୍ୟ ହୋଇପାରିବେ । ଯଦି କୌଣସି ଅନୁସୂଚିତ ଜାତି ବା ଓବିସି ସମୁଦାୟର ହିତାଧିକାରୀଙ୍କୁ ଏହି ଯୋଜନାର ଫାଇଦା ଉଠାଇବା ପାଇଁ ସେମାନଙ୍କ ଜାତିଗତ ପ୍ରମାଣପତ୍ର ଜମା କରିବାକୁ ପଡ଼ିବ । ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅନୁସାରେ, କନ୍ୟାଙ୍କ ବୟସ ୧୮ ବର୍ଷ ଏବଂ ଯୁବକଙ୍କ ବୟସ ୨୧ ହୋଇଥିବା ଆବଶ୍ୟକ । ତେବେ ଏହି ଯୋଜନା ଉତ୍ତରପ୍ରଦେଶ ସମେତ ମଧ୍ୟପ୍ରଦେଶରେ ମଧ୍ୟ ପ୍ରଚଳିତ ହେଉଛି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କଲ୍ୟାଣୀ ବିବାହ ସହାୟତା ଯୋଜନା ଅନୁସାରେ, ବିବାହରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

Get real time updates directly on you device, subscribe now.