fbpx

(Video) ସରକାରଙ୍କ ଚେତାବନୀ, ଏହି କାମ ନ କଲେ କଟିଯିବ ରାସନ କାର୍ଡ, ମିଳିବନି ଚାଉଳ !

ଓଡ଼ିଶା ଭାସ୍କର: ରାସନ୍ କାର୍ଡଧାରୀମାନଙ୍କ ପାଇଁ ଏକ ବଡ଼ ଚେତାବନୀ ଜାରି କରିଛନ୍ତି ସରକାର । ସରକାରଙ୍କ ଏହି ଚେତାବନୀ ନ ମାନିଲେ ଖାଉଟି ତାଲିକାରୁ ହିତାଧିକାରୀଙ୍କ ନାଁ ସହିତ ରାସନ୍ କାର୍ଡ ମଧ୍ୟ ରଦ୍ଦ ହୋଇପାରେ । ଫଳରେ ହିତାଧିକାରୀଙ୍କୁ ରାସନ୍ କାର୍ଡରେ ମିଳୁଥିବା ଚାଉଳ ତଥା ଅନ୍ୟ ରାସନ୍ ସାମଗ୍ରୀ ମଧ୍ୟ ମିଳିପାରିବ ନାହିଁ । ରାସନକାର୍ଡଧାରୀ ମାନଙ୍କୁ ଯଥାଶୀଘ୍ର ଇ-କେୱାଇସି ଅପଡେଟ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି ସରକାର । ଯାହାଦ୍ୱାରା ରାସନ୍ କାର୍ଡ ଜରିଆରେ ସେମାନଙ୍କୁ ମିଳୁଥିବା ସୁବିଧା ଜାରି ରହିପାରିବ ।

ବିଗତ ଦିନମାନଙ୍କରେ ଲଗାତାର ଭାବେ ରାସନକାର୍ଡଧାରୀଙ୍କୁ ନେଇ ବିଭିନ୍ନ ପ୍ରକାର ଅପଡେଟ୍ ସାମ୍ନାକୁ ଆସୁଛି । କେତେବେଳେ ଅଯୋଗ୍ୟ ହିତାଧୀକାରୀଙ୍କ ନାଁ କଟିବାକୁ ନେଇ ଖବର ମିଳୁଛି ତ ଆଉ କେତେବେଳେ କେଉଁମାନଙ୍କର ନାଁ କଟିବ ତାକୁ ନେଇ ହେଉଛି ଅନେକ ଚର୍ଚ୍ଚା । ଏବେ ଏସବୁ ଭିତରେ ପୁଣି ଥରେ ଏକ ବଡ ଅପଡେଟ୍ ଆସିଛି ଆଧାର କାର୍ଡକୁ ନେଇ । ଯାହାକୁ ଜାଣିବା ନିହାତି ଜରୁରୀ । ଏବଂ କରିବା ବାଧ୍ୟତାମୂଳକ । ନହେଲେ ସେମାନଙ୍କ ରାସନ କାର୍ଡ କଟିଯାଇପାରେ । ରାସନକାର୍ଡଧାରୀଙ୍କୁ ଏବେ ଇକେୱାଇସି କରିବା ଅନିବାର୍ଯ୍ୟ । ବିନା ଇ କେ-ୱାଇସି ରେ କେହି ବି ରାସନକାର୍ଡ ନେଇପାରିବେ ନାହିଁ । ଇକେଓାଇସି ପ୍ରକ୍ରିୟା କରି ସାରିବା ପରେ ସେମାନଙ୍କୁ ରାସନ ମିଳିପାରିବ । ତାହେଲେ ଏହା କେମିତି କରାଯାଏ ଆସନ୍ତୁ ଜାଣିବା ।

କଳାବଜାରୀ ରୋକିବ ପାଇଁ ସରକାର କିଛି ଏମିତି ପଦକ୍ଷେପ ଉଠାଇଛନ୍ତି । ଏଥିପାଇଁ ମଥୁରାରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ହଜାର ହଜାର ଲୋକେ ଏହି ପ୍ରକ୍ରିୟାରେ ସାମିଲ ହେଲେଣି । ଜିଲ୍ଲାରେ ପ୍ରାୟ ୪ ଲକ୍ଷ ୬୯ ହଜାର ରାସନକାର୍ଡ ରହିଛି । ସମସ୍ତ ରାସନ ଦୋକାନରେ ଇ ପାସ ମେସିନ ବି ରଖାଯାଇଛି । ଲାଭାର୍ଥୀ ନିଜର ଇକେୱାଇସି ରାସନ ଦୋକାନରେ ଡିଲରଠୁ କରିପାରିବେ । ଜନସେବା କେନ୍ଦ୍ର ଯିବା ଆବଶ୍ୟକ ନାହିଁ । ଅଗଷ୍ଟ ସୁଦ୍ଧା ଟାର୍ଗେଟ ପୂରଣ ହେବ । ଯଦି ଆପଣ କରିନାହାନ୍ତି, ତେବେ କରାଇ ନିଅନ୍ତୁ । ନହେଲେ ରାସନ ସାମଗ୍ରୀ ଆପଣଙ୍କୁ ମିଳିନପାରେ ।

Get real time updates directly on you device, subscribe now.