fbpx

ଜୈସଲମେର ସୀମାରେ ବିଏସଏଫ୍ ଯବାନ ସହୀଦ, ଅଂଶୁଘାତ କାରଣରୁ ଗଲା ଜୀବନ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଉତ୍ତର ଭାରତର ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ଉପରକୁ ରହୁଛି । ଭାରତ-ପାକିସ୍ତାନ ସ୍ଥିତ ଜୈସଲମେର ବର୍ଡରରେ ନିୟୋଜିତ ରହିଥିବା ସୀମା ସୁରକ୍ଷା ବଳ (ବିଏସଏଫ୍‌)ର ଜଣେ ଯବାନ ଆଜି ସହୀଦ୍ ହୋଇଯାଇଛନ୍ତି । ଏହି ସହୀଦ୍ ଯବାନଙ୍କ ନାମ ଅଜୟ କୁମାର ରହିଛି । କୁହାଯାଉଛି ଅଂଶୁଘାତ ଯୋଗୁ ଯବାନଙ୍କ ମୃତ୍ୟୁ ହୋଇଛି ।

ଏବେ ରାଜସ୍ଥାନ ବର୍ଡରରେ ତାପମାତ୍ରା ୫୫ ଡିଗ୍ରୀ ଉପରକୁ ଟପିଯାଇଛି । ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ବିଏସଏଫ୍ ଯବାନ ସମସ୍ୟାରେ ଅଛନ୍ତି । ଅଜୟ କୁମାର ରବିବାର ସୀମା ଚୌକି ଭାନୁରେ ନିୟୋଜିତ ଥିଲେ । ଭୀଷଣ ରୌଦ୍ରତାପ କାରଣରୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା । ଏହାପରେ ତାଙ୍କୁ ଚିକିତ୍ସା ଲାଗି ରାମଗଢ ହସ୍ପିଟାଲ ନିଆଯାଇଥିଲା । ଆଜି ଅର୍ଥାତ୍ ସୋମବାର ସକାଳେ ତାଙ୍କ ଦେହାନ୍ତ ହୋଇଯାଇଛି । ରାମଗଢ ହସ୍ପିଟାଲ ପରିସରରେ ସହୀଦ ଯବାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହି ସମୟରେ ୧୭୩ତମ ସୀମା ସୁରକ୍ଷା ବାହିନୀର ଅଧିକାରୀଙ୍କ ଦ୍ୱାରା ପୁଷ୍ପଚକ୍ର ଅର୍ପଣ କରାଯାଇ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସହୀଦ ଯବାନଙ୍କ ମୃତଶରୀରକୁ ରାମଗଢରୁ ଯୋଧପୁର ପର୍ଯ୍ୟନ୍ତ ସଡକ ମାର୍ଗରେ ଅଣାଯିବ । ଏହାପରେ ବିମାନରେ ଯୋଧପୁରରୁ ଜଲପାଇଗୁଡି ପହଞ୍ଚାଯିବ ।

Get real time updates directly on you device, subscribe now.