fbpx

ସ୍ୱାଧୀନତା ପରେ ସବୁଠୁ ଅଧିକ ଦରଦାମ୍ ବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ଥିଲା; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ଏହି ଦେଶରେ ଅଧିକ ଦରବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ହୋଇଥିଲା। ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଯେ ମୁଦ୍ରାସ୍ଫୀତି, ବେକାରୀ ଏବଂ ଚାକିରି ପ୍ରସଙ୍ଗରେ ସେ କହୁନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଏଲଇଡି ବଲବ ଆଣିଛନ୍ତି ଏବଂ ଏହା ଦ୍ୱାରା ହାରାହାରି ପ୍ରତ୍ୟେକ ପରିବାରର ବିଜୁଳି ବିଲ୍ ହ୍ରାସ ପାଇଛି। ସେ କହିଛନ୍ତି, ଯେତେବେଳେ ତାଙ୍କ ସରକାର ଥିଲା ସେତେବେଳେ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିନଥିଲା। ଆଜି ଆପଣଙ୍କୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟକର ଦେବାକୁ ପଡିବ ନାହିଁ । ଅର୍ଥାତ୍ ହଜାର ହଜାର ଟଙ୍କା ସଞ୍ଚୟ ହେଉଛି। “ଆମେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରୁଛୁ।

ଆଜି ବଜାରରେ ଯେଉଁ ଔଷଧ ୧୦୦ ଟଙ୍କାରେ ମିଳୁଛି, ତାହାକୁ ଆମେ ୨୦ ଓ ୧୦ ଟଙ୍କାରେ ଦେଉଛୁ। ଏହା ତାଙ୍କ ବୋଝକୁ କମ୍ କରୁଛି। ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ମିଳୁଛି। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଦେଶରେ ଦରଦାମ୍ ଅଧିକ ହୋଇଥିଲା ବୋଲି ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ଏହି କ୍ରମରେ ସେ ଜବାହରଲାଲ ନେହେରୁ ଏବଂ ରାଜୀବ ଗାନ୍ଧୀଙ୍କ କଥା ମଧ୍ୟ ଉଲ୍ଲେଖ କରିଥିଲେ। “ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଭାଷଣ ଆପଣ ଲାଲକିଲ୍ଲାରୁ ଶୁଣନ୍ତୁ। ଆମ ର ବୟାନର କୌଣସି ଆବଶ୍ୟକତା ନାହିଁ । ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପଣ୍ଡିତ ନେହେରୁ ଲାଲକିଲ୍ଲାରୁ ଭାଷଣ ଦେଉଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ବହୁତ ବୃଦ୍ଧି ପାଇଛି।”

ଆପଣ ମାନେ ଚିନ୍ତିତ, ମୁଁ ମଧ୍ୟ ଚିନ୍ତିତ, କିନ୍ତୁ ଆପଣ ମାନେ ଜାଣିବା ଉଚିତ୍ ଯେ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ଯୁଦ୍ଧରେ ଅଛନ୍ତି, ତେଣୁ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି । ସେତେବେଳେ କୌଣସି ଜଗତୀକରଣ ହୋଇନଥିଲା। ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ଯୁଦ୍ଧ କୌଣସି ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇ ପାରିନଥିଲା। କିନ୍ତୁ ସେହି ସମୟରେ ମଧ୍ୟ ସେମାନେ ବାହାନା ଖୋଜୁଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଯେଉଁ ଲଢ଼େଇ ହେଉଛି ତାହା ଇନ୍ଧନ, ସାର ଏବଂ ଖାଦ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି। ଏହା ସତ୍ତ୍ୱେ ଆମେ ପେଟ୍ରୋଲ ଦର ନିୟନ୍ତ୍ରଣରେ ରଖିଛୁ। ଦରଦାମ୍ ବୃଦ୍ଧି ପାଇନଥିଲା।

Get real time updates directly on you device, subscribe now.