fbpx

ସୁଭଦ୍ରା ଯୋଜନାକୁ ନେଇ ଗୃହରେ ସରଗରମ; ସବୁ ମହିଳାଙ୍କୁ ସାମିଲ କରାଯାଉ ନେଇ ଆଲୋଚନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ଯୋଜନାକୁ ନେଇ ଗୃହରେ ସରଗରମ ଆଲୋଚନା। ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ବାଦ ପଡ଼ୁଛନ୍ତି ଲକ୍ଷ ଲକ୍ଷ ମହିଳା। ସବୁ ମହିଳାଙ୍କୁ ସାମିଲ କରାଯାଉ ଶୀର୍ଷକ ମୁଲତବୀ ପ୍ରସ୍ତାବ ନେଇ ସରଗରମ ଆଲୋଚନା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁ କଥା କୁଆଯାଇଛି ତାହା ସତ୍ୟ ଠୁ ବହୁତ ଦୂରରେ। ସୁଭଦ୍ରା ଯୋଜନାରେ ସର୍ବାଧିକ ମହିଳା ଉପକୃତ ହେବେ। ମହିଳା ଶଶକ୍ତିକରଣ ହେବ, ମହିଳାଙ୍କୁ ଆର୍ଥିକ ସ୍ଵାଧୀନତା ମିଳିବ, ଉଦ୍ୟମିତା ପ୍ରୋତ୍ସାହନ ହେବ।

ସରକାର ଆସିବାର ୧୦୦ ଦିନ ପୂର୍ବରୁ ସଙ୍କଳ୍ପିତ ଯୋଜନା ମହିଳାଙ୍କ ପାଖରେ ପହଞ୍ଚା ଯାଉଥିବାରୁ ବିରୋଧୀ ଗ୍ରହଣ କରିବା ସହଜ ନୁହେଁ। ୨୧ ରୁ ୬୦ ବର୍ଷର ଯୋଗ୍ୟ ବିବେଚିତ ମହିଳାଙ୍କୁ ସାମିଲ କରାଯିବ। ଲୋକଙ୍କ ମତାମତ ଆଧାରରେ SOP ପ୍ରସ୍ତୁତ କରାଯାଇଛି। ସମସ୍ତଙ୍କୁ ସୁଭଦ୍ରା କାର୍ଡ ପ୍ରଦାନ କରାଯିବ। ନିର୍ବାଚନ କମିଶନଙ୍କ ତଥ୍ୟ ଆଧାରରେ ରାଜ୍ୟରେ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ୧ କୋଟି ୩୦ ଲକ୍ଷ ମହିଳା ଅଛନ୍ତି। ୨୦୧୧ ସେନସସ ଅନୁସାରେ ୧ କୋଟି ୮ ଲକ୍ଷ ମହିଳା ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ। ତେଣୁ ସରକାର ୧ କୋଟି ୮ ଲକ୍ଷ ରୁ ଅଧିକ ମହିଳାଙ୍କୁ ଯୋଜନାରେ ସାମିଲ କରିବେ। କୌଣସି ଯୋଗ୍ୟ ମହିଳା ବାଦ ପଡ଼ିବେ ନାହିଁ।

ତେଣୁ ସୁଭଦ୍ରା ଯୋଜନା ପ୍ରତାରଣା ନୁହେଁ ମହିଳାଙ୍କ ପ୍ରତି ପ୍ରତିବଦ୍ଧତା ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଆଲୋଚନାରେ ଭାଗ ନେଇ ନିର୍ବାଚନ ପ୍ରତିଶୃତି ପତ୍ର ଦେଖାଇ ସରକାରଙ୍କୁ ଜବାବ ମାଗିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଅତି ଚତୁରତାର ସହ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ। ନିର୍ବାଚନ ପ୍ରତିଶ୍ରୁତିର ଦର୍ଶାଯାଇଥିଲା ରାଜ୍ୟର ସମସ୍ତ ୫୦ ହଜାର ଟଙ୍କାର ନଗଦ ଭାଉଚର ପ୍ରଦାନ କରାଯିବ। ଯାହାକି ଦୁଇ ବର୍ଷ ଭିତରେ ଖର୍ଚ୍ଚ କରାଯାଇ ପାରିବ। କିନ୍ତୁ ସରକାର ବାରମ୍ବାର ମତ ପରିବର୍ତନ କରୁଛନ୍ତି।

ସରକାର ଏବେ କହୁଛନ୍ତି ୨୧ ରୁ ୬୦ ବର୍ଷ ମହିଳା ଯୋଗ୍ୟ ବିବେଚିତ ହେବେ। ତେବେ ୧୮ ବର୍ଷରୁ ଉର୍ଦ୍ଧ୍ବ ମହିଳା ମହିଳା ନୁହନ୍ତି କି ? ଏବେ ଯେଉଁ ମାପଦଣ୍ଡ ରହିଛି ୫୮ କିମ୍ବା ୫୯ ବର୍ଷ ମହିଳା ଗୋଟିଏ ଦୁଇଟି କିସ୍ତି ପାଇବେ। ଅଙ୍ଗନୱାଡି, ଆଶା, ସିଆରପି, ଏମବିକେ ପାଇବେ ବୋଲି ଘୋଷଣା କଲେ ସରକାର। ତେବେ ଏହି ବର୍ଗ ପାଇଁ ମାପଦଣ୍ଡ ସ୍ପଷ୍ଟ କରନ୍ତୁ ସରକାର। ପ୍ରତିଶୃତି ପୂରଣ ନ କରି ଅତ୍ୟନ୍ତ ଚତୁରତାର ସହ ମହିଳାଙ୍କୁ ଠକୁଛନ୍ତି ସରକାର। ଓଡ଼ିଶା କେନ୍ଦ୍ରକୁ ବହୁତ୍ ଦେଇଛି। ଏବେ କେନ୍ଦ୍ର ସରକାରଙ୍କୁ ସହଯୋଗ ମାଗନ୍ତୁ ରାଜ୍ୟ ସରକାର। ପୂର୍ବରୁ କେନ୍ଦ୍ର ସହଯୋଗ ଲୋଡାଜିବ ବୋଲି ସରକାର କହିଛନ୍ତି।

ରାଜ୍ୟ ସରକାର ଯେତିକି ବଜେଟ ରଖିଛନ୍ତି କେନ୍ଦ୍ରର ଅଧା ସହଯୋଗ ରହିଲେ ସବୁ ମହିଳା ଏହି ଯୋଜନାରେ ସାମିଲ ହୋଇ ପାରିବେ। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ କହିଛନ୍ତି ଅର୍ଥନୀତିକ ସ୍ଵାଧୀନତା କଥା ଯେତେବେଳେ କୁହାଯାଉଛି ମାସକୁ ୮୩୩ ଟଙ୍କା ମିଳିଲେ ଆର୍ଥିକ ସ୍ଵାଧୀନତା ମିଳିବନି। କୋଟିଏ ନୁହେଁ ପ୍ରତିଶ୍ରୁତି ମୁତାବକ ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଉ। ୫୦ ହଜାର ଟଙ୍କା କ୍ୟାସ ଭାଉଚର ଦିଆଯାଉ। ସବକା ସାଥ ସବକା ବିକାଶ ନୁହେଁ। ହାଲ୍ଫ କା ସାଥ ନୋ ବିକାଶ।

୫୬ ବର୍ଷରୁ ୬୦ ବର୍ଷ ମହିଳା ବହୁତ ଦ୍ବନ୍ଦରେ ସବୁ କିସ୍ତିର ଅର୍ଥ ପାଇବେ ନା ନାହିଁ। ୬୦ ରୁ ୮୦ ବର୍ଷ ମହିଳାଙ୍କୁ ସାମିଲ କରାଯାଉ। ୫ ହଜାର ଟଙ୍କା ଲେଖାଏଁ ମିଳିଲେ ଅନେକ କାରଣରୁ ସବୁ କିସ୍ତି ପାଇବେନି ମହିଳା। ତେଣୁ ପ୍ରତିଶ୍ରୁତି ଅନୁଯାୟୀ ଦୁଇଟି ୫୦ ହଜାର ଟଙ୍କାର ଭଉଚର ପ୍ରଦାନ କରାଯାଉ।ଲଢେଇ କରି ଡବଲ ଇଞ୍ଜିନ ସରକାରରୁ ଅର୍ଥ ଆଣନ୍ତୁ। ସବୁ ମହିଳା ସାମିଲ ହୋଇପାରିବେ।

Get real time updates directly on you device, subscribe now.