ସେୟାର ବଜାର ଉପରେ ପଡ଼ିଲା ଯୁଦ୍ଧର ପ୍ରଭାବ, ଖସିଲା ସେନସେକ୍ସ ଓ ନିଫ୍ଟି

କାରବାର ଆରମ୍ଭରୁ ୪୫୧ ପଏଣ୍ଟ ଖସିଲା ସେନସେକ୍ସ।  ୧୪୬ ପଏଣ୍ଟ ହ୍ରାସ ପାଇଲା ନିଫ୍ଟି।  

ନୂଆଦିଲ୍ଲୀ:  ଇରାନ ଓ ଇସ୍ରାଏଲ ଯୁଦ୍ଧ। ହେଲେ ପ୍ରଭାବ ସେୟାର ମାର୍କେଟ୍ ଉପରେ। ହଁ ସେୟାର ବଜାର ଉପରେ ପଡ଼ିଲା ଯୁଦ୍ଧର ପ୍ରଭାବ।  ଖସିଲା ସେନସେକ୍ସ ଓ ନିଫ୍ଟି।

ଶୁକ୍ରବାର ଦିନ ଷ୍ଟକ ମାର୍କେଟରେ ଏକ ଚମତ୍କାର ପୁନରୁଦ୍ଧାର ଦେଖିବାକୁ ମିଳିଥିଲା।  ସେନସେକ୍ସ ୧,୦୪୬.୩୦ ପଏଣ୍ଟ କିମ୍ବା ୧.୨୮% ବୃଦ୍ଧି ସହିତ ୮୨,୪୦୮.୧୭ ରେ ବନ୍ଦ ହୋଇଛି, ଯେତେବେଳେ ନିଫ୍ଟି ୫୦ ସୂଚକାଙ୍କ ୩୧୯.୧୬ ପଏଣ୍ଟ କିମ୍ବା ୧.୨୯% ବୃଦ୍ଧି ସହିତ ୨୫,୧୧୨.୪୦ ରେ ବନ୍ଦ ହୋଇଛି।

ହେଲେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ-ଇରାନ ଯୁଦ୍ଧର ଉତ୍ତେଜନା ଆହୁରି ବୃଦ୍ଧି ପାଇଛି, ଯାହାର ପ୍ରଭାବ ଆଜିର କାରବାରରେ ଦେଖିବାକୁ ମିଳିଛି।

ସେୟାର ବଜାରରେ ଯୁଦ୍ଧ ପ୍ରଭାବ ଦେଖିବାକୁ ମିଳିଛ।  ସେୟାର ବଜାରରେ ପଡ଼ିଛି ଯୁଦ୍ଧର ପ୍ରଭାବ। ଖସିଲା ସେନସେକ୍ସ ଓ ନିଫ୍ଟି। କାରବାର ଆରମ୍ଭରୁ ୪୫୧ ପଏଣ୍ଟ ଖସିଲା ସେନସେକ୍ସ।  ୧୪୬ ପଏଣ୍ଟ ହ୍ରାସ ପାଇଲା ନିଫ୍ଟି।