fbpx
BSKY SKY
BSKY SKY

ଶେଷ ହୋଇଗଲା ୩ ଜଣ ଭାରତୀୟ କ୍ରିକେଟରଙ୍କ କ୍ୟାରିୟର: BCCI ଓ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ପରେ ଦଳକୁ ଫେରିବାର ସମ୍ଭାବନା କ୍ଷୀଣ

BSKY

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ୍ ଇଣ୍ଡିଆର ତିନୋଟି ଫର୍ମାଟ ପାଇଁ ଦଳ ଘୋଷଣା କରାଯାଇଛି । ତେବେ ଟି-୨୦, ଦିନିକିଆ ଓ ଟେଷ୍ଟ ଟିମରେ କିଛି ନୂଆ ଖେଳାଳି ସାମିଲ ହୋଇଥିବା ବେଳେ ଆଉ କିଛି ଖେଳାଳି ଏଥିରୁ ବାଦ୍ ପଡ଼ିଛନ୍ତି । ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଟିମର ଚୟନକର୍ତ୍ତାଙ୍କ ନିଷ୍ପତ୍ତି ପରେ ଏବେ କିଛି ଭାରତୀୟ ଖେଳାଳିଙ୍କ କ୍ୟାରିୟର ଏକପ୍ରକାର ସମାପ୍ତ ହୋଇଯାଇଛି ।

ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟି-୨୦ ଓ କେଏଲ ରାହୁଲଙ୍କ ନେତୃତ୍ୱରେ ଦିନିକିଆ ସିରିଜ୍ ଖେଳିବ । ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍ ଖେଳିବ । ଆଗକୁ ଟି-୨୦ ବିଶ୍ୱକପ ଆସୁଥିବାରୁ ଏହି ସିରିଜ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେବେ ବିସିସିଆଇ ଓ ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତି ପରେ କିଛି ଖେଳାଳି କ୍ରିକେଟରୁ ସନ୍ନ୍ୟାସ ନେଇଯିବେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଉମେଶ ଯାଦବଙ୍କ ପରି କିଛି ସିନିୟର ଖେଳାଳିଙ୍କୁ ଏହି ଗସ୍ତରୁ ବାହର କରିଦିଆଯାଇଛି ।

ବିଶ୍ୱକପରୁ ବାଦ୍ ପଡ଼ିଥିବା ୟୁଜବେନ୍ଦ୍ର ଚହଲ ଓ ସଞ୍ଜୁ ସାମସନ ଦିନିକିଆ ଟିମକୁ ଫେରିଥିବା ବେଳେ ଶୁବମନ ଗିଲ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ । ଟି-୨୦ରେ ରବୀନ୍ଦ୍ର ଜାଡ଼େଜା ଉପଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ପ୍ରଥମ ଥର ପାଇଁ ଜାଡ଼େଜାଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି । ସେହିପରି ଟେଷ୍ଟ ଟିମରେ ଯଶପ୍ରୀତ ବୁମ୍ରା ଉପଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ରଜତ ପାଟୀଦାର, ସାଈ ସୁଦର୍ଶନଙ୍କ ପରି ନୂଆ ଚେହେରାଙ୍କୁ ଦଳରେ ସ୍ଥାନ ମିଳିଛି । ରାହାଣେ ଓ ପୂଜାରା ଏବେ ୩୫ ବର୍ଷରେ ଉପନୀତ ହୋଇସାରିଥିବା ବେଳେ ସେମାନଙ୍କର ସ୍ଥାନ ଏବେ ରାହୁଲ ଓ ଆୟର ସମ୍ଭାଳିବେ ବୋଲି ଜଣେ ଅଧିକାରୀ ମତ ଦେଇଛନ୍ତି । ଏଥିସହିତ ଉମେଶଙ୍କୁ ମଧ୍ୟ ଟିମରେ ସ୍ଥାନ ମିଳିନାହିଁ । ତେଣୁ ଏହି ୩ ଜଣ ଖେଳାଳିଙ୍କ କ୍ୟାରିୟର ଏବେ ସମାପ୍ତ ହୋଇଗଲା ବୋଲି ଭାବିନେବାକୁ ପଡ଼ିବ ।

Get real time updates directly on you device, subscribe now.