fbpx

ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ; ପୂରଣ ହେବ ୩୦ ହଜାର ପଦବୀ

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଗ୍ରାମୀଣ ଡାକ ସେବକ (ଜିଡିଏସ୍) ପଦବୀ ରେ ନିଯୁକ୍ତି ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏହି ନିଯୁକ୍ତିରେ ଜିଡିଏସ୍ ପଦବୀ ଅଧୀନରେ ଖାଲି ପଡ଼ିଥିବା ୩୦ ହଜାରରୁ ଅଧିକ ପଦବୀ ପୂରଣ କରାଯିବା ନେଇ ବି଼ଜ୍ଞପ୍ତି । ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଜୁଲାଇ ୧୫ ପରେ ଇଣ୍ଡିଆ ପୋଷ୍ଟର ଅଫିସିଆଲ ୱେବସାଇଟ indiapostgdsonline.gov.in ରେ ଆବେଦନ କରିପାରିବେ ।

ନିଯୁକ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ତାରିଖ:– ସରକାରୀ ବିଜ୍ଞପ୍ତି ପ୍ରକାଶ ତାରିଖ- ୧୫ ଜୁଲାଇ, ୨୦୨୪। ଅନ୍ ଲାଇନ୍ ଆବେଦନ ଫର୍ମ ପ୍ରକାଶ ନେଇ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀ ଭାରତ ସରକାର/ରାଜ୍ୟ ସରକାର/କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ଗଣିତ ଓ ଇଂରାଜୀ ବିଷୟ ସହ ଦଶମ/ମ୍ୟାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।

ଅନ୍ୟାନ୍ୟ ଯୋଗ୍ୟତା: କମ୍ପ୍ୟୁଟର ଉପରେ କିଛିଟା ଜ୍ଞାନ ଥିବା ଆବଶ୍ୟକ। ସାଇକେଲ ଚଲାଇବା ଆସୁଥିବା ଦରକାର ।

Get real time updates directly on you device, subscribe now.