fbpx

କର୍ଣ୍ଣାଟକର ୩୦୦ ଏକର ଜମିରେ ଥିବା ଏକ କମ୍ପାନୀରେ ତିଆରି ହେବ ଆଇଫୋନ, ଏକ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର

ବେଙ୍ଗାଲୁରୁ: କର୍ଣ୍ଣାଟକର ୩୦୦ ଏକର ଜମିରେ ଥିବା ଏକ ନୂଆ କମ୍ପାନୀରେ ଆପେଲ ଫୋନ ତିଆରି ହେବା ନେଇ ଯୋଜନା ଚାଲିଛି । ଏନେଇ ଆଜି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ମୁଖ୍ୟମନ୍ତ୍ରୀ ବସୱରାଜ ବୋମ୍ମଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଉତ୍ପାଦନ ଏକକ(ମାନ୍ୟୁଫ୍ୟାକଚରିଂ) ଏକ ଲକ୍ଷ ଲୋକଙ୍କୁ ରୋଜଗାର ଦେବ ।

ଆଇଫୋନ ପ୍ରମୁଖ ନିର୍ମାତା କମ୍ପାନୀ ଫୋକ୍ସକୋନ ବେଙ୍ଗାଲୁରୁର ବାହାର ଅଂଚଳରେ ଜମି ଯୋଗାଇ ଦିଆଯାଇଛି । ୩୦୦ ଏକର ପରିସରକୁ ଆପେଲ ଫୋନ୍ସ ପାଇଁ ସବୁଠାରୁ ବଡ ମାନ୍ୟୁଫାକଚରିଂରେ ଗୋଟିଏ ବୋଲି ଧରିନିଆଯାଇଛି । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ତାଇବାନ କମ୍ପାନୀ ସ୍ଥାନୀୟ ଉତ୍ପାଦନ ବଢାଇବା ପାଇଁ ନୂତନ ପ୍ଲାଣ୍ଟରେ ୭୦୦ ମିଲିୟନ ଡଲାର ନିବେଶ କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଟ୍ୱିଟରରେ ଏହି ଖବର ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ବସୱାରାଜ ବୋମାଇଙ୍କ ଡବଲ ଇଞ୍ଜିନ ସରକାରର ପ୍ରଶଂସା କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି ଯେ, ଏହା କର୍ଣ୍ଣାଟକ ପାଇଁ ନୂତନ ରୋଜଗାର ପନ୍ଥା ଆରମ୍ଭ କରିବ । ଏହି କମ୍ପାନୀ ଆପେଲର ହ୍ୟାଣ୍ଡସେଟ ମଧ୍ୟ ଏକତ୍ର କରିପାରିବ । ବ୍ଲୁମବର୍ଗ ରିପୋର୍ଟରେ କହିଛନ୍ତି ଯେ, ଫୋକ୍ସକୋନ ନିଜର ନୂତନ ବୈଦ୍ୟୁତିକ ଯାନ ବ୍ୟବସାୟ ଉତ୍ପାଦନ ପାଇଁ ଏହା ସାଇଟ୍ ବ୍ୟବହାର କରିପାରେ ।

ଫୋକ୍ସକୋନ ଆପେଲ ଫୋନ ନିର୍ମାଣରେ ବିଶ୍ୱସ୍ତରୀୟ ଦ୍ୱିତୀୟ ସ୍ଥାନରେ ଅଛି । କମ୍ପାନୀ ୨୦୨୧ ବର୍ଷ ୨୦୬ ବିଲିୟନ ଡଲାରର ଆୟ ଦର୍ଶାଇଛି । ଏହି କମ୍ପାନୀକୁ ଦୁନିଆର ସବୁଠାରୁ ବଡ ଇଲେକଟ୍ରୋନିକ ନିର୍ମାତା ବୋଲି ସୂଚୀତ କରାଯାଇଛି । ଏହା ଚୀନ, ଜାପାନ, ଭିଏତନାମା, ଚେକ ଗଣରାଜ୍ୟ ଏବଂ ଆମେରିକା ସମେତ ଦୁନିଆସାରା ୨୪ଟି ଦେଶ ବା କ୍ଷେତ୍ରରେ ୧୭୩ ପରିସର ଅଫିସ ରହିଛି ।

Get real time updates directly on you device, subscribe now.