fbpx
BSKY SKY
BSKY SKY

ଆସନ୍ତାକାଲିଠୁ ଆରମ୍ଭ ଜୁନିୟର ପୁରୁଷ ହକି ବିଶ୍ୱକପ୍‌: ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-କୋରିଆ

BSKY

ନୂଆଦିଲ୍ଲୀ: କ୍ରିକେଟ କ୍ରେଜ୍ ପରେ ଏବେ ଆରମ୍ଭ ହେବାକୁ ଯାଉଛି ହକି କ୍ରେଜ୍ । କାରଣ ୫ ତାରିଖ ଅର୍ଥାତ ଆସନ୍ତାକାଲି ଠାରୁ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଆରମ୍ଭ ହେବ। ତେବେ କ୍ରିକେଟ ବିଶ୍ୱକପ ୨୦୨୩ ଓ ଟି-୨୦ ସିରିଜ ଶୃଙ୍ଖଳା ପରେ ପରେ ଏବେ ସମସ୍ତଙ୍କ ନଜର ହକି ଉପରେ ରହିବ। ଆସନ୍ତା କାଲିଠାରୁ ଲଢେଇ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ କୋରିଆ।

ସୂଚନା ଯୋଗ୍ୟ, କୋରିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ଫେଭରିଟ ରହିଛି। ଭାରତ ପୁଲ୍‌ ସି’ରେ ସ୍ପେନ୍‌, କାନାଡା ଓ କୋରିଆ ସହିତ ସ୍ଥାନ ପାଇଛି। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବାକୁ ଥିବା ବେଳେ ଭାରତ ଏହି ଦୌଡରେ ଆଗୁଆ ରହିଛି। ପରବର୍ତ୍ତୀ ମ୍ୟାଚ୍‌ଗୁଡିକ ମଧ୍ୟରେ ଭାରତ ଗୁରୁବାର ସ୍ପେନ୍‌ ଓ ଶନିବାର କାନାଡା ବିପକ୍ଷରେ ଖେଳିବ। ଅଧିନାୟକ ଉତ୍ତମ କୁମାରଙ୍କ ନେତୃତ୍ୱରେ ଏହି ବିଶ୍ୱକପ୍‌ ଖେଳିବାକୁ ଯାଉଛି ଭାରତୀୟ ଜୁନିୟର ହକି ଦଳ। ସେପଟେ ଭୁବନେଶ୍ୱରରେ ୨୦୨୧ ଜୁନିୟର ହକି ବିଶ୍ୱକପ ଶେଷ ହେବା ପରେ ଭାରତୀୟ ଜୁନିୟର ହକି ଦଳ ସୁଲତାନ ଅଫ୍‌ ଜୋହର କପ୍‌ ଓ ଜୁନିୟର ଏସିଆ କପ୍‌ ବିଜୟୀ ହୋଇଛି। ଭାରତ ୨୦୨୧ରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ୨୦୧୧ ଓ ୨୦୧୬ ସଂସ୍କରଣରେ ଚାମ୍ପିୟନ ହୋଇଛି।

Get real time updates directly on you device, subscribe now.