CHARIDHAM

ବଡ଼ ପରଦାରେ ଦେଖିବାକୁ ମିଳିବ କାଶ୍ମୀରୀ ପଣ୍ଡିତଙ୍କ ନରସଂହାରର ହୃଦୟଥରା କାହାଣୀ, ‘The Kashmir Files’ର ଟ୍ରେଲର୍ ରିଲିଜ୍

ମୁମ୍ବାଇ: “ଦ ତାଶକେଣ୍ଟ୍ ଫାଇଲ୍ସ”ର ଜୋରଦାର୍ ରେପନ୍ସ ପରେ ନିର୍ମାତା ମାନେ କାଶ୍ମୀର ନରସଂହାର ପଣ୍ଡିତଙ୍କ ସତ କାହାଣୀ ଉପରେ ଆଧାରିତ ଆଉ ଏକ ହୃଦୟକୁ ଥରାଇବା ପରି ଫିଲ୍ମ ନେଇ ଆସିଛନ୍ତି । ଦର୍ଶକ ମାନେ କାଶ୍ମୀରରେ ସେ ସମୟରେ ବ୍ୟାପିଥିବା ନରସଂହାର, ଭ୍ରମ ଓ ଭୟାନକ ପରିବେଶର ଝଲକ ଦେଖିବାକୁ ପାଇବେ । ଆଜି ରିଲିଜ୍ ହୋଇଛି ଦ କାଶ୍ମୀର ଫାଇଲ୍ସ ର ଦମଦାର୍ ଟ୍ରେଲର୍ ।

ଟ୍ରେଲର୍ ରେ କାଶ୍ମୀରୀ ମାନଙ୍କ ଉପରେ ସେହି ସମୟରେ ବିତିଥିବା ପ୍ରତିଟି ଦୁଃଖଦ ମୁହୂର୍ତ୍ତକୁ ଦେଖାଇବାକୁ ପ୍ରୟାସ କରାଯାଇଛି । ଟ୍ରେଲର୍ ରେ ଜାତୀୟ ପୁରସ୍କାର ବିଜେତା ପଲ୍ଲବୀ ଜୋଶୀ, ପ୍ରକାଶ ବେଲାବଡ଼ୀ, ଅନୁପମ୍ ଖେର୍, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ଭାଷା ସୁମ୍ବଲୀ, ଚିନ୍ମୟ ମଣ୍ଡଲେକର୍, ପୁନୀତ ଇସ୍ସର୍, ମୃଣାଲ କୁଲକର୍ଣ୍ଣୀ, ଅତୁଲ ଶ୍ରାବାସ୍ତବଙ୍କ ବ୍ୟତୀତ ଅନ୍ୟାନ୍ୟ ଲୋକପ୍ରିୟ କଳାକାର ମାନଙ୍କୁ ଦେଖିବାକୁ ମିଳିଛି ।

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ, କାଶ୍ମୀର ନରସଂହାରର କାହାଣୀ ବଡ଼ ପରଦାକୁ ଆଣିବା କୌଣସି ହଜ କଥା ନୁହେଁ ଓ ଏହାକୁ ବହୁ ସମ୍ବେଦନଶୀଳତାର ସହିତ ଆଣିବାକୁ ପଡ଼ିଛି । ଏଥିରେ ଦର୍ଶକ ମାନେ ଭାରତୀୟ ଇତିହାସରେ ଘଟିଥିବା ସେହି କଳଙ୍କିତ ମୁହୂର୍ତ୍ତକୁ ଦେଖିପାରିବେ ।