fbpx

‘ବିଜେପିରେ ନେତାଙ୍କ ପୁଅ ନେତା ହୁଏନି…’ ଦଳର ସଦସ୍ୟତା ଅଭିଯାନରେ ଏପରି କିଛି କହିଲେ ଜେପି ନଡ୍ଡା

ଭୁବନେଶ୍ୱର: ଗୁରୁବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ପହଂଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରମୁଖ୍ୟ ତାଙ୍କୁ ସ୍ୱାଗତ କରିଥିଲେ । ଭୁବନେଶ୍ୱରରେ ଆୟୋଜିତ ସଦସ୍ୟତା ଅଭିଯାନ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନମୋହନ ସାମଲ, ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

ଭାରତରେ ବିଜେପିର ୫ ହଜାର ଦଳ ରହିଛନ୍ତି । ସେଥିରୁ ୫୦ରୁ ଅଧିକ ଦଳ ସକ୍ରିୟ ଅଛନ୍ତି । ହେଲେ ବିଜେପି ଦେଶର ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ ଦଳ। ବିଜେପି ସ୍ଵଚ୍ଛତାର ସହିତ ସଦସ୍ୟ ସଂଗ୍ରହ କରେ । ଆପଣମାନେ କେବେ କଂଗ୍ରେସରେ ଏମିତି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ? ଜଣେ ନେତାଙ୍କ ପୁଅ ନେତା ହୁଅନ୍ତିନି । ଜଣେ ସାଧାରଣ ଲୋକ ନେତା ହୁଅନ୍ତି । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ କହିଥିଲେ ନଡ୍ଡା । ସଦସ୍ୟତା ଗ୍ରହଣ ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ । ସେପ୍ଟେମ୍ବର ୨ରୁ ବର୍ତ୍ତମାନ ସୁଦ୍ଧା ୬ କୋଟି ନୂଆ ସଦସ୍ୟ ସୃଷ୍ଟି ହୋଇଛନ୍ତି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ, କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ସମ୍ବିଧାନକୁ ସାର୍ବଭୌମ କରାଯାଇଛି । ଧାରା ୩୭୦ ହଟିବା ପରେ କାଶ୍ମୀରରେ ପ୍ରଥମ ଥର ଭୋଟ ହେଉଛି । ସେହିପରି ମୋଦୀଙ୍କ ନେତୃତ୍ଵରେ ଦେଶ ବିଶ୍ଵର ୫ମ ବୃହତ୍ତ ଅର୍ଥଶକ୍ତିରେ ପରିଣତ ହୋଇଛି । ଖୁବଶୀଘ୍ର ୩ୟ ବୃହତ୍ତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ମୋଦୀଙ୍କ ନେତୃତ୍ଵରେ ମୁସଲମାନ ଭାଇଭଉଣୀଙ୍କୁ ନ୍ୟାୟ ମିଳିଛି । ତିନି ତଲାକକୁ ଉଚ୍ଛେଦ କରାଯାଇଛି । ଏହା ସହିତ ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାଁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

Get real time updates directly on you device, subscribe now.