fbpx

Video; ଭାଲୁ VS ବିଲେଇ, ଭାଲୁ ମୁହଁକୁ ରାମ୍ପୁଡ଼ିଦେଲା କୁନି ବିଲେଇ, ଭୟରେ ଦୌଡ଼ି ପଳାଇଗଲା ବଣଭାଲୁ

ଓଡ଼ିଶା ଭାସ୍କର: ପଶୁମାନଙ୍କ ମଧ୍ୟରେ ସବୁଠୁ ଚତୁର ହେଉଛି ଭାଲୁ । ବୈଜ୍ଞାନିକମାନେ ଭାଲୁର ବୁଦ୍ଧିକୁ ଆଠ ବର୍ଷର ମଣିଷ ପିଲା ସହ ତୁଳନା କରନ୍ତି । ସେପଟେ କହିବାକୁ ଗଲେ ବିଲେଇ ବି କିଛି କମ୍ ଚାଲାଖ୍ ନୁହେଁ, ଏଥର ଉଭୟ ଭାଲୁ-ବିଲେଇଙ୍କୁ ନେଇ ଏପରି ଦୃଶ୍ୟକୁ ଏବେ କ୍ୟାମେରାରେ ରେକର୍ଡ କରାଯାଇଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏକ କୁନି ବିଲେଇ କିପରି ଏକ ବଣଭାଲୁକୁ ଡରାଇ ଦେଉଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓଟି ଭାଇରାଲ ହେଉଛି । ଭିଡିଓରେ ଏକ କାଠ ସିଡ଼ି ପାହଛରେ ବିଲେଇଟିଏ ବସିଛି, ଠିକ୍ ସେତିକି ବେଳେ ବିଲେଇର ପଛପଟେ ଭାଲୁଟିଏ ଆସି ଶୁଙ୍ଘୁଛି ଏହା ପରେ ବିଲେଇଟି ପୁରା ରାଗିଯାଉଛି ।

ଭାଲୁ ମୁହଁକୁ ଆକ୍ରମଣ କରୁଛି । ଭାଲୁ ମୁହଁକୁ ରାମ୍ପୁଡ଼ି ଦେଉଛି, ଏବଂ ଭାଲୁ ସେଠାରୁ ଡରି ଦୌଡ଼ି ପଳାଉଛି । ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବହୁତ ଲୋକପ୍ରିୟତା ହାସଲ କରିଛି । ଭିଡିଓଟି @PostsOfCats ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଯାହାକୁ ଏବେଯାଏଁ ପାଖାପାଖି ଛଅ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି । ୭୫ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ୩୯୩ ଜଣ ଲୋକ କମେଣ୍ଟ କରିଛନ୍ତି । 

Get real time updates directly on you device, subscribe now.