fbpx

ସତ ହେବ ମାଳିକା! ବୁଲିବ ୧୨ ହାତ ଖଣ୍ଡା… ଜୀବନରେ ଏହି ୬ଟି ‘ବ’କୁ ଦିଅନ୍ତୁନି ଦୁଃଖ: ଆସିବ ପ୍ରଳୟ

Advertisement

ଓଡ଼ିଶା ଭାସ୍କର: ବର୍ତ୍ତମାନ ପୃଥିବୀରେ ଅନେକ ଗୁଡ଼ିଏ ଅଦ୍ଭୁତ ତଥା ଅଲୌକିକ ଘଟଣା ଘଟୁଛି । ଯାହାକୁ ମାଳିକା ସହ ଯୋଡ଼ାଯାଇ ପାରୁଛି । ତେଣୁ ମାଳିକାରେ ଲେଖାଥିବା ସମସ୍ତ ଘଟଣା ଏପରିକି ପୃଥିବୀ ଧ୍ୱଂସ ହେବା ଭବିଷ୍ୟବାଣୀ ମଧ୍ୟ ପାଖେଇ ଆସୁଥିବା ମନେ ହେଉଛି । ମାଳିକାରେ ଲେଖାଥିବା ଅନେକ ଘଟଣା ଏବେ ସତ ହେବାକୁ ଲାଗିଲାଣି, ଯାହାକୁ ଦେଖି ଏବଂ ଶୁଣିବା ପରେ ଲୋକଙ୍କ ମନରେ ଭୟ ଜାଗ୍ରତ ହୋଇଛି । ତେବେ ମାଳିକାରେ ଆଉ ଏକ କଥା ଲେକା ରହିଛି, ଯାହା ମଣିଷକୁ ଏକ ବଡ଼ ଚେତାବନୀ ନିଆଯାଇଛି । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ ୬ଟି ‘ବ’କୁ ଦୁଃଖ ଦେବା ପାଇଁ ବାରଣ କରାଯାଇଛି । ମାଳିକାକୁ ସମସ୍ତେ ବୁଝି ପାରନ୍ତି ନାହିଁ। କାରଣ ମାଳିକାକୁ ଓଲଟାଇଲେ କାଳିମା ଶବ୍ଦ ବୋଇଥାଏ। ଜୀବନର କାଳିମାକୁ ଯିଏ ଧୋଇ ଦିଏ, ତାହାକୁ ମାଳିକା କୁହାଯାଏ। ସମସ୍ତ କାଳକୁ ଯିଏ ଜୟ କରିଥାଏ, ସିଏ କେବଳ ମାଳିକାକୁ ବୁଝି ପାରିବ।

କାଳକୁ ଜିତିବା ଅର୍ଥାତ୍ ଯିଏ ସଂସାର ଭିତରେ ସବୁ କାଳିମାକୁ ନାଶ କରିଥିବ। କହିବାକୁ ଗଲେ ମୃତ୍ୟୁକୁ ସମସ୍ତେ ଭୟ କରିଥାନ୍ତି। କିନ୍ତୁ ଯିଏ ଈଶ୍ୱରଙ୍କୁ ପ୍ରେମ କରେ, ମୃତ୍ୟୁ ତାକୁ ହିଁ ଭୟ କରେ। ସଂସାରରେ ସମସ୍ତେ ନିଜକୁ ବଡ଼ ବୋଲି ଭାବିଥାନ୍ତି, କିନ୍ତୁ ଈଶ୍ବରଙ୍କ କୃପା ଯାହା ଉପରେ ରହିଥାଏ, ସେହି ହିଁ ସବୁଠାରୁ ବଡ଼ ବୋଲି ମାନା ଯାଇଥାଏ। ଭଗବାନ କହିଛନ୍ତି ଯେ, ମୋ କଥାକୁ ଯିଏ ମନଦେଇ ଶୁଣେ, ମୋ କଥାକୁ ଯିଏ କହେ ଓ ମୋ କଥାର ପ୍ରୀତି ରଖେ, ଏହି ତିନି ଜଣକୁ ମୁଁ କେବେ ମଧ୍ୟ ତ୍ୟାଗ କରି ନାହିଁ। ମହାପୁରୁଷ ମାନେ କହିଛନ୍ତି କି କଳିଯୁଗରେ ଏଭଳି ପରିସ୍ଥିତି ସୃଷ୍ଟି ହେବ କି, ମଣିଷ ଇଛା ନକଲେ ମଧ୍ୟ ପାପୀ ହେବ ଏବଂ ଇଛା କଲେ ମଧ୍ୟ ପାପର ଭାଗୀଦାର ହେବ। କାରଣ କଳିଯୁଗର ମଣିଷ ପ୍ରଦର୍ଶନ କରି ପୁଣ୍ୟ କରିବ ଏବଂ ଲୁଚାଇ ଲୁଚାଇ ପାପ କରିବ। କଳିଯୁଗରେ ମଣିଷ ମିଛରେ ବୁଡି ରହିବ ଏବଂ ସବୁବେଳେ ପର ନିନ୍ଦା କରିବ। କଳିଯୁଗରେ ମହାପୁରୁଷ ଶିଶୁ ଅନନ୍ତ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ସତ୍ୟ ବଚନ କହିବ, ଲୋକେ ତାକୁ ପଛରେ ପକାଇ ଦେବେ ଓ ଯିଏ ଚୁଗୁଲୀ କରିବ ତାକୁ ସମସ୍ତେ ପସନ୍ଦ କରିବେ।

ତେଣୁ କଳିଯୁଗରେ ସମସ୍ତେ ସାବଧାନ ରହିବା ଉଚିତ। କାରଣ ଏହି ଚୁଗୁଲୀ କଥା କୋରୋନା ଭଳି ଏକ ଭାଇରସ ଅଟେ। ଜୀବନରେ କେବେବି ଏହି ୬ ଜଣକୁ କେବେବି କଷ୍ଟ ଦିଅନ୍ତୁ ନାହିଁ। ତାହା ହେଉଛି ୬ଟି (ବ)। ଏହି ଛଅ ଟି “ବ” କୁ ଆପଣ କେବେବି କଷ୍ଟ ଦିଅନ୍ତୁ ନାହିଁ। ପ୍ରଥମ “ବ” ହେଉଛି ବାପା। ବାପାଙ୍କୁ କେବେ ବି କଷ୍ଟ ଦିଅନ୍ତୁ ନାହିଁ। ଦ୍ଵିତୀୟ ‘ବ’ ହେଉଛି ବୋଉ। ବୋଉ ହେଉଛି ମାଆ। ତେଣୁ ମାଆଙ୍କୁ କେବେବି କଷ୍ଟ ଦେବା ପାପ ସହିତ ସମାନ ହୋଇଥାଏ। ତୃତୀୟ ‘ବ’ ହେଉଛି ବାବାଜୀ। ଚତୁର୍ଥ ‘ବ’ ହେଉଛି ବୈଷ୍ଣବ। ପଞ୍ଚମ ‘ବ’ ହେଉଛି ବ୍ରାହ୍ମଣ। ଷଷ୍ଠ ‘ବ’ ହେଉଛି ବିଧବାଙ୍କୁ କେବେ ବି କଷ୍ଟ ଦିଅନ୍ତୁ ନାହିଁ। କଳିଯୁଗରେ ଚୁଗୁଲିଆ ଲୋକ ବହୁତ ଜନ୍ମ ହେବେ। କିନ୍ତୁ ଆପଣ ଯେତେ ସତମାର୍ଗରେ ଚାଲିବେ ଓ ମାଳିକା କଥାକୁ ଶୁଣି ନିଜେ ସତର୍କ ରହିବେ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କର ଉନ୍ନତି ହେବ।

Get real time updates directly on you device, subscribe now.