fbpx

MCD ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଧାରା ହୋଇଥିଲା କୁକୁର, ବର୍ତ୍ତମାନ ନିଜ ଅଞ୍ଚଳରେ ଛାଡିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଚେତାବନୀ

Advertisement

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମ (ଏମସିଡି) ସୋମବାର କହିଛି, ଯେଉଁ କୁକୁର ମାନଙ୍କୁ ସେମାନଙ୍କ ସ୍ଥାନରୁ ଧରାଯାଇଥିଲା, ବର୍ତ୍ତମାନ ସେମାନଙ୍କୁ ସେମାନଙ୍କ ସ୍ଥାନରେ ଛଡାଯିବ । ଅଧିକାରୀଙ୍କ କହିବା ଅନୁସାରେ ୨୦୨୩ରେ ହୋଇଥିବା ନିୟମ ପଶୁ ଜନ୍ମ ନିୟନ୍ତ୍ରଣ ଅନୁସାରେ କରାଯାଉଛି । ତେବେ ଦିଲ୍ଲୀରେ ହେଉଥିବା ଜି ୨୦ ସମ୍ମୀଳନୀର ଗୋଟିଏ ଦିନ ପରେ ନଗରନିଗମ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, କୁକୁରମାନଙ୍କୁ ଟିକାକରଣ, ନିରାକରଣ ଏବଂ ମନିଟରିଂ ପାଇଁ ସେମାନଙ୍କୁ ସେମାନଙ୍କ ସ୍ଥାନରୁ ଉଠାଯାଇଥିଲା ଏବେ ସେମାନଙ୍କୁ ସେହି ସ୍ଥାନରେ ଛଡାଯିବ ।

ଏମସିଡି ବିରୋଦ୍ଧରେ ଏନେଇ ଅନେକ ଲୋକ ଅଭିଯୋଗ କରିଛନ୍ତି । କାରଣ ସେମାନେ ଯେଉଁ ପଦ୍ଧତିରେ କୁକୁରମାନଙ୍କୁ ଧରି ନେଉଥିଲେ, ତାହା ଏକ ପ୍ରକାର ଅପରାଧ ଥିଲା ବୋଲି କୁହାଯାଇଛି । ଏହାକୁ ନେଇ ମିଡିଆରେ ଅନେକ ଖବର ମଧ୍ୟ ପ୍ରସାରିତ ହୋଇଥିଲା । ବିରୋଧି ଦଳ ମଧ୍ୟ ଏହାକୁ ନେଇ ସକରାରଙ୍କୁ ପ୍ରଶ୍ନ କରିଥିଲା । ଏହି ଘଟଣା ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ପହଞ୍ଚଥିଲା । ଏନେଇ ଦିଲ୍ଲୀ ହାଇକୋର୍ଟ ଏହି ଘଟଣାକୁ ନେଇ ଏମସିଡିକୁ ଚେତାବନୀ ଦେଇଛି ।

ତେବେ ଏହାକୁ ନେଇ ଏମସିଡି କହିଛି, ସେ ପ୍ରଥମେ ୨୦୨୩ ଜନ୍ମ ନିୟନ୍ତ୍ରଣ କରିବା ପାଇଁ କୁକୁରଙ୍କୁ ସେମାନଙ୍କ ଅଞ୍ଚଳରୁ ବନ୍ଦୀ କରି ନିଆଯାଇଥିଲା ଏବେ ସେମାନଙ୍କୁ ସେମାନଙ୍କ ଅଞ୍ଚଳରେ ଛଡାଯିବ । କଂଗ୍ରେସ ଏହି ଘଟଣାକୁ ନେଇ ଏକ୍ସରେ ଏକ ଭିଡିଓ ମଧ୍ୟ ଜାରି କରିଥିଲା । ଯେଉଁ ଥିରେ ଦେଖବାକୁ ମିଳିଥିଲା କୁକୁର ମାନଙ୍କୁ କିପରି ବନ୍ଦୀ କରାଯାଇ ନିଆଯାଉଛି ।

Get real time updates directly on you device, subscribe now.