fbpx

ବିଶ୍ୱର ସବୁଠାରୁ ମହଙ୍ଗା ବିସ୍କୁଟ୍, ଗୋଟିଏ ବିସ୍କୁଟର ଦାମ୍ ୧୫ ଲକ୍ଷ ଟଙ୍କା! କାହିଁକି ଏତେ ରେଟ୍?

Advertisement

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ବିସ୍କୁଟ କିଣିବା ପାଇଁ ମାର୍କେଟକୁ ଗଲେ, ୫-୧୦ ଟଙ୍କାରେ ଖୁବ ସ୍ୱାଦିଷ୍ଟ ବିସ୍କୁଟ ପାଇପାରିବା । ଏହା ଭିତରେ ୮-୧୦ଟି ବିସ୍କୁଟ ରହିଥାଏ । କିନ୍ତୁ ଦୁନିଆରେ ସବୁଠାରୁ ମହଙ୍ଗା ବିସ୍କୁଟର ଦାମ୍ ଜାରିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଏହି ବିସ୍କୁଟରେ ଅଧିକ ନୁହେଁ, ମାତ୍ର ଗୋଟିଏ ପିସ୍ ବିସ୍କୁଟ ରହିଥାଏ ଏବଂ ଏହାର ମୂଲ୍ୟ ପୟ ୧୫ ଲକ୍ଷଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ କାହିଁକି ଏହି ବିସ୍କୁଟର ଦାମ୍ ଏତେ ମହଙ୍ଗା?

ରିାପରର୍ଟ ଅନୁସାରେ, ୨୦୧୫ ମସିହାରେ ବିଶ୍ୱର ସବୁଠାରୁ ଦାମୀ ବିସ୍କୁଟ ବିକ୍ରି ହୋଇଥିଲା । ଏଥିରେ ଏହି ବିସ୍କୁଟର ମୂଲ ପ୍ରାୟ ୧୫ ହଜାର ପାଉଣ୍ଡ ବା ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହା ଏକମାତ୍ର ବିସ୍କୁଟ, ଟାଇଟନିକ ଜାହାଜରେ ଥିବା ବେଳେ ଏକମାତ୍ର ଭାବରେ ସେଥିରୁ ସୁରକ୍ଷିତ ଫେରି ପାରିଥିଲା । ସ୍ପିଲର୍ସ ଆଣ୍ଡ ବେକର୍ସର ପାଇଲଟ କ୍ରାକର ବିସ୍କୁଟ ଟାଇଟନିକ ଜାହାଜ ଦୁର୍ଘଟଣା ପରେ ଏକ ଲାଇଫ ବୋଟରେ ଥିବାର ଦେଖା ଯାଇଥିଲା । ତେଣୁ ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ବିସ୍କୁଟ ବୋଲି କୁହାଯାଏ ।

ଏହାକୁ ଗ୍ରୀସର ଜଣେ କଲେକ୍ଟର କିଣିଥିଲେ । ଏହି ବିସ୍କୁଟକୁ ସୁଭିନିୟର ଭାବରେ ଆରଏମଏସ କାରପେଥିୟାରେ ଉପସ୍ଥିତ କପଲ୍ସ ଜେମ୍ସ ଏବଂ ମେବଲ ଫେନୱିକ ସୁରକ୍ଷିତ ଭାବରେ ରଖିଥିଲେ । ଟାଇଟନିକରେ ଥିବା ଲୋକମାନଙ୍କୁ ବଞ୍ଚାଇବା ପାଇଁ ଆରଏମଏସ କାରପେଥିୟା ସିପ୍ କୁ ଡକା ଯାଇଥିଲା । ସେହି ସମୟରେ କପଲ ବିସ୍କୁଟ ନେଇ କେଡେକ ଫିଲ୍ମର ଲଫାପାରେ ରଖି ଦେଇଥିଲେ । ଏହି ବିସ୍କୁଟ ସହ କପଲ ଅନେକ ଗୁଡ଼ିଏ ଫଟୋ ନେଗେଟିଭ ମଧ୍ୟ ସୁରକ୍ଷିତ ରଖାଯାଇଛି ।

Get real time updates directly on you device, subscribe now.