fbpx

କ୍ୟାନ୍ସରକୁ ନେଇ ସବୁଠାରୁ Good News : ଏଣିକି ଭାଇରସକୁ ମାତ୍ ଦେବ ଏହି Technology

ନୂଆଦିଲ୍ଲୀ: କୁହାଯାଏ କ୍ୟାନ୍ସର ଏମିତି ରୋଗ, ଯାହାର ଅନ୍ତ କେବଳ ମୃତ୍ୟୁ ହିଁ ହୋଇପାରେ । କାରଣ ଏହି ରୋଗରୁ ସୁସ୍ଥ ହୋଇ ଫେରିଥିବା ରୋଗୀଙ୍କ ସଂଖ୍ୟା ଖୁବ କମ୍ । ତେବେ ବର୍ତ୍ତମାନ ଏହାର ଚିକିତ୍ସା ପଦ୍ଧତି ଏବଂ ଟେକନିକରେ ଅନେକ ସୁଧାର ଆସିଛି । ଯାହା ଫଳରେ ଅନେକ ରୋଗୀ ସୁସ୍ଥ ହୋଇ ଫେରି ଆସୁଥିବା ମଧ୍ୟ ଉଦାହରଣ ରହିଛି । ଏହାପରେ ମଧ୍ୟ ରୋଗର ପ୍ରଭାବ ଖୁବ ଅଧିକ ରହିଛି । କିନ୍ତୁ ଏବେ ଏହି ରୋଗକୁ ମାତ୍ ଦେବା ପାଇଁ ନୂଆ ଟେକନିକ ପ୍ରସ୍ତୁତ ହୋଇ ସାରିଛି । ଏହି ଟେକନିକ୍ କ୍ୟାନ୍ସର ବିପକ୍ଷରେ ୯୯% ସଫଳତା ହାସଲ କରିଥିବା କୁହାଯାଉଛି ।

କ୍ୟାନ୍ସର ଭଳି ଏକ ରୋଗ ବିପକ୍ଷରେ ଏବେ ଏକ ଖୁସି ଖବର ଦେଇଛି ବିଜ୍ଞାନ । ରାଇସ ବିଶ୍ୱବିଦ୍ୟାଳୟର କେମିଷ୍ଟ ଜେମ୍ସ ଟୁର ଏକ ନୂଆ ଟେକନିକରେ ସଫଳତା ହାସଲ କରିଛନ୍ତି । ଏହାଦ୍ୱାରା କ୍ୟାନ୍ସରକୁ ହରାଇବାର ସମ୍ଭାବନା ୯୯% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଶରୀରରେ ଥିବା କ୍ୟାନ୍ସର କୋଷିକାଗୁଡ଼ିକର ପ୍ରାୟ ୯୯% ଅଂଶକୁ ଏହା ନଷ୍ଟ କରିବାରେ ସଫଳ ହୋଇପାରେ । ଏହାଦ୍ୱାରା ସର୍ଜରୀର ଆବଶ୍ୟକତାକୁ ମଧ୍ୟ ସମାପ୍ତ କରି ଦିଆଯାଇପାରେ ।

ରିପୋର୍ଟରେ ପ୍ରକାଶ ପାଇଛି ଯେ, ଏହି ଟେକନିକକୁ ମଲକ୍ୟୁଲାର ଜ୍ୟାକହାମର ନାମରେ ନାମିତ କରାଯାଇଛି । ଜେମ୍ସ ଟୁର କହିଛନ୍ତି ଯେ, ଏହି ପଦ୍ଧତି ହାଡ଼ ଏବଂ ଅଙ୍ଗରେ କ୍ୟାନ୍ସରର ଉପଚାରରେ ବିାଟ ପରିବର୍ତ୍ତନ ଆଣିପାରେ । ଯାହାଦ୍ୱାରା ଆକ୍ରାମକ ସର୍ଜରୀର ଆବଶ୍ୟକତା ପଡ଼ିପାରେ । କ୍ୟାନ୍ସର କୋଷିକା ଉପରେ ହୋଇଥିବା ଏକ୍ସପେରିମେଣ୍ଟରେ ମଲିକ୍ୟୁଲାର ଜ୍ୟାକହାମର ପଦ୍ଧତି କୋଷିକାଗୁଡ଼ିକ ବିରୋଧରେ ୯୯% ପର୍ଯ୍ୟନ୍ତ ସଫଳତା ହାସଲ କରିଛି । ଯାହା କୁବ ଆଶ୍ଚର୍ଯ୍ୟଜନକ ଏବଂ ଖୁସିର ଖବର ନିଶ୍ଚିତ । ତେଣୁ ଏହାକୁ ନେଇ କ୍ୟାନ୍ସର ଉପରେ ବିଜୟର ଆଶା ମଧ୍ୟ ବୃଦ୍ଧି ପାଇଛି ।

ତେବେ ଲ୍ୟାବରେ ଏହାର ପରୀକ୍ଷଣ କରିବା ପାଇଁ ମୂଷା ଉପରେ ଏହି ପଦ୍ଧତିକୁ ବ୍ୟବହାର କରାଯାଇଥିଲା । ତେବେ ଏହାଦ୍ୱାରା ମୂଷା ସମ୍ପୂର୍ଣ୍ଣ ରୂପରେ କ୍ୟାନ୍ସରମୁକ୍ତ ହୋଇଯାଇଥିଲେ । ଆଣବିକ ଜ୍ୟାକହାମର ସମ୍ପୂର୍ଣ୍ଣ ନୂଆ ପଦ୍ଧତି ଆପଣେଇ ଥାଏ । ପୂର୍ବରୁ ବ୍ୟବହୃତ ପଦ୍ଧତି ତୁଳନାରେ ଏହାର ଯାନ୍ତ୍ରିକ ଗତିବିଧି ୧୦ ଲକ୍ଷ ଗୁଣ ଅଧିକ ସଫଳ ରହିଛି । ବୈଜ୍ଞାନିକମାନେ ଏହି ପରୀକ୍ଷଣରେ କ୍ୟାନ୍ସରକୁ ମାତ୍ ଦେବା ପାଇଁ ପ୍ରାୟ ୯୯ ପ୍ରତିଶତ ପର୍ଯ୍ୟନ୍ତ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.