fbpx

ଚୀନ୍ ନୁହେଁ, ଭାରତ ଆଗରେ ! ବିଶ୍ୱର ସବୁଠାରୁ ଜନବହୁଳ ଦେଶ, ଜାଣନ୍ତୁ ଜନସଂଖ୍ୟା କେତେ?

ନୂଆଦିଲ୍ଲୀ : ବର୍ତ୍ତମାନ ଜନସଂଖ୍ୟା ଦୃଷ୍ଟିରୁ ଚୀନ୍‌କୁ ପଛରେ ପକାଇଛି ଭାରତ। ଏବେ ଚୀନ ବିଶର ସବୁଠାରୁ ଅଧିକ ଜନସଂଖ୍ୟା ରାଷ୍ଟ୍ର ନୁହେଁ । ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) ର ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବରେ ଭାରତ ଉଭା ହୋଇଛି । ଚୀନ୍ ତୁଳନାରେ ୨.୯ ନିୟୁତ ଅର୍ଥାତ୍ ୨୦ ଲକ୍ଷରୁ ଅଧିକ ଲୋକ ଭାରତରେ ଅଛନ୍ତି । ବର୍ଦ୍ଧିତ ଜନସଂଖ୍ୟା ଅନୁଯାୟୀ ଭାରତରେ ୧୪୦ କୋଟି ଟପିଛି ।

UNFPA ର ‘ଷ୍ଟେଟ୍ ଅଫ୍ ୱାର୍ଲ୍ଡ ପପୁଲେସନ୍ ରିପୋର୍ଟ ୨୦୨୩’ ଶୀର୍ଷକରେ ବୁଧବାର ଦିନ ଏହି ରିପୋର୍ଟ ପ୍ରକାଶ ପାଇଛି ଯେ, ଭାରତର ଜନସଂଖ୍ୟା ବର୍ତ୍ତମାନ ୧,୪୨୮.୬ ମିଲିୟନ ଥିବାବେଳେ ଚୀନର ଜନସଂଖ୍ୟା ୧,୪୨୫.୭ ମିଲିୟନ । ଏହାର ଅର୍ଥ ଉଭୟଙ୍କ ଜନସଂଖ୍ୟାରେ ୨.୯ ନିୟୁତ ପାର୍ଥକ୍ୟ ଅଛି । ରିପୋର୍ଟର ସର୍ବଶେଷ ଆକଳନଗୁଡିକ ‘ଡେମୋଗ୍ରାଫିକ୍ ସୂଚକ’ ବର୍ଗରେ ଦିଆଯାଇଛି ।

୧୯୫୦ ମସିହାରୁ ମିଳିତ ଜାତିସଂଘ ଜନସଂଖ୍ୟା ତଥ୍ୟ ସଂଗ୍ରହ ଏବଂ ପ୍ରକାଶ କରିବା ଆରମ୍ଭ କରିଛି । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଭାରତ କେବେ ଜନସଂଖ୍ୟାରେ ନମ୍ବର ୧ ନଥିଲା । ପ୍ରଥମ ଥର ପାଇଁ ଭାରତର ଜନସଂଖ୍ୟା ଚୀନ୍ ଅତିକ୍ରମ କରିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ଜନସଂଖ୍ୟାର ୨୫ ପ୍ରତିଶତ ୦ ରୁ ୧୪ ବର୍ଷ ମଧ୍ୟରେ ଅଛନ୍ତି। ଏହା ବ୍ୟତୀତ ୧୮ ପ୍ରତିଶତ ବୃଦ୍ଧି ଲୋକ ୧୦ ରୁ ୧୯ ବର୍ଷ ବୟସ ବର୍ଗରେ ଅଛନ୍ତି। ୧୦ ରୁ ୨୪ ବର୍ଷ ବୟସର ଲୋକଙ୍କ ସଂଖ୍ୟା ହେଉଛି ୨୬ ପ୍ରତିଶତ । ଏଥି ସହିତ, ୧୫ ରୁ ୬୪ ବର୍ଷ ମଧ୍ୟରେ ଲୋକଙ୍କ ସଂଖ୍ୟା ୬୮ ପ୍ରତିଶତ ଏବଂ ୭ ପ୍ରତିଶତ ଲୋକ ୬୫ ରୁ ଅଧିକ । ଭାରତରେ ଯୁବବର୍ଗର ସଂଖ୍ୟା ଅଧିକ ରହିଛି ।

୨୦୨୩ ରେ ଭାରତର ଜନସଂଖ୍ୟା ୧,୪୨୮,୬୨୭,୬୬୩, ଯାହା ୨୦୨୨ ତୁଳନାରେ ୦.୮୧% ଅଧିକ ।

୨୦୨୨ ମସିହାରେ ଭାରତର ଜନସଂଖ୍ୟା ୧,୪୧୭,୧୭୩,୧୭୩ ଥିଲା, ଯାହା ୨୦୨୧ ତୁଳନାରେ ୦.୬୮% ଅଧିକ ଥିଲା ।

୨୦୨୧ ମସିହାରେ ଭାରତର ଜନସଂଖ୍ୟା ୧,୪୦୭,୫୬୩,୮୪୨ ଥିଲା, ଯାହାକି ୨୦୨୦ ତୁଳନାରେ ୦.୮% ଅଧିକ ଥିଲା ।

୨୦୨୦ ରେ ଭାରତର ଜନସଂଖ୍ୟା ୧,୩୯୬,୩୮୭,୧୨୭ ଥିଲା, ଯାହା ୨୦୧୯ ତୁଳନାରେ ୦.୯୬% ଅଧିକ ଥିଲା ।

ଚୀନ୍ ବିଷୟରେ କହିବାକୁ ଗଲେ, ୧୭% ୦ ରୁ ୧୪ ବର୍ଷ ମଧ୍ୟରେ, ୧୨% ୧୦ ରୁ ୧୯, ୧୦ ରୁ ୨୪ ବର୍ଷ ୧୮%, ୧୫ ରୁ ୬୪ ବର୍ଷ ୬୯% ଏବଂ ୬୫ ରୁ ଅଧିକ ଲୋକଙ୍କ ସଂଖ୍ୟା ୧୪% ରହିଛନ୍ତି । ଚାଇନାରେ ଜନ୍ମ ହାର ହ୍ରାସ ପାଇଛି କିନ୍ତୁ ବୃଦ୍ଧମାନଙ୍କ ସଂଖ୍ୟା ଅଧିକ ରହିଛି । ସେଠାରେ ୬୫ ବର୍ଷରୁ ଅଧିକ ଲୋକ ପ୍ରାୟ ୨୦୦ ନିୟୁତ ଅଛନ୍ତି। କିଛି ଦଶନ୍ଧି ପୂର୍ବରୁ ଚୀନ୍ ସରକାର ଗୋଟିଏ ଶିଶୁ ନୀତି ପ୍ରଣୟନ କରିଥିଲେ, ଯାହା ଦ୍ୱାରା ଏଭଳି ସ୍ଥିତି ରହିଛି ।

 

Get real time updates directly on you device, subscribe now.