12 ମହଲାରୁ ତଳକୁ ଖସିପଡ଼ି 4 ବର୍ଷର ଶିଶୁ ମୃତ!

ଖେଳୁଥିବା ସମୟରେ 12 ମହଲାରୁ ତଳକୁ ଖସିପଡିଲା ଜଣେ 4 ବର୍ଷର ଝିଅ

ମହାରାଷ୍ଟ୍ର: ଖେଳୁଥିବା ସମୟରେ 12 ମହଲାରୁ ତଳକୁ ଖସିପଡିଲା ଜଣେ 4 ବର୍ଷର ଝିଅ! ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ନାଇଗାଓଁରେ ଅବସ୍ଥିତ ନାଭାକର ସିଟିରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନାଭାକର ସିଟିରେ ଖେଳୁଥିବା ସମୟରେ ଜଣେ ଚାରି ବର୍ଷର ଝିଅ ବାର ମହଲାରେ ଥିବା ଘରର ଝରକାରୁ ତଳକୁ ପଡ଼ିଗଲା। ଫଳରେ ଝିଅଟିର ମୃତ୍ୟୁ ଘଟିଛି।

ପୋଲିସର ସୂଚନା ଅନୁସାରେ, ଝିଅଟିର ନାମ ଅନ୍ବିକା ପ୍ରଜାପତି। ସିସିଟିଭି ଫୁଟେଜ୍ ଅନୁଯାୟୀ, ବୁଧବାର ସନ୍ଧ୍ୟା ପ୍ରାୟ ୮ଟାରେ ସେ ତାଙ୍କ ମାଆଙ୍କ ସହିତ କୌଣସି ସ୍ଥାନକୁ ଯିବାପାଇଁ ବାହାରୁଥିଲେ। ଚାରି ବର୍ଷର ଝିଅ ଅନ୍ବିକା ପ୍ରଥମେ ଘରୁ ବାହାରକୁ ଆସିଥିଲେ ଏବଂ ତାଙ୍କ ପଛେ ପଛେ ତାଙ୍କ ମାଆ ମଧ୍ୟ ଆସିଥିଲେ।

ଅନ୍ବିକାର ମାଆ ନିଜେ ଜୋତା ପିନ୍ଧୁଥିବା ସମୟରେ ଝିଅ ହଇରାଣ କରିବାରୁ ତାକୁ ଜୋତା ଷ୍ଟାଣ୍ଡରେ ବସାଇ ଦେଲେ। ଏହି ସମୟରେ, ଅନ୍ବିକା ସେହି ଷ୍ଟାଣ୍ଡ ଉପରେ ଠିଆ ହୋଇ ଝରକା ପାଖକୁ ପଳେଇଲା ଏବଂ ଝରକାରୁ ତଳକୁ ଖସି ପଡିଲା।

ତା’ପରେ ଝିଅଟିର ମାଆ ଲୋକଙ୍କ ଠାରୁ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଶବ୍ଦ ଶୁଣି ପଡ଼ୋଶୀମାନେ ଘରୁ ବାହାରକୁ ଆସି ଝିଅଟିକୁ ଉଠାଇ ସଂଗେ ସଂଗେ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।