fbpx

ରି-ଓପନ୍ ହେବ ମମିତା ହତ୍ୟାକାଣ୍ଡର ରହସ୍ୟ , ତଦନ୍ତ କରିବ ସିବିଆଇ

Advertisement

କଣ୍ଟାବାଞ୍ଜି: ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟାକାଣ୍ଡ ଘଟଣା ପୁଣିଥରେ ଖୋଲିଛି । ନିକଟରେ ନବ ନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ ବାଗ ମମିତାଙ୍କ ପରିବାରକୁ ଭେଟିଛନ୍ତି । ମମିତାଙ୍କର କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ତାଙ୍କର ପରିବାରକୁ ଭେଟି ସେ ଘଟଣାର ସିବିଆଇ ତଦନ୍ତ କରାଯିବ ବୋଲି କହିଛନ୍ତି । ଅନେକ ଦିନ ଧରି ନ୍ୟାୟ ମିଳିନଥିବାରୁ ନବ ନିର୍ବାଚିତ ବିଧାୟକଙ୍କ ପାଖରେ ମମିତାଙ୍କ ବାପା ଅଭିଯୋଗ କରିଛନ୍ତି ।

ଖବର ଅନୁସାରେ, ମମିତା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ଏହି ଘଟଣାର ତଦନ୍ତ ଆଉ ଆଗେଇ ପାରୁନାହିଁ । ମମିତାଙ୍କ ବାପା କହିବା ଅନୁଯାୟୀ, ଆମେ ବାରମ୍ବାର ସିବିଆଇ ତଦନ୍ତ ଦାବିରେ ନେହୁରା ହୋଇ ସମ୍ପୂର୍ଣ୍ଣ ନିରାଶ ହୋଇସାରି ସାରିଛୁ । ମମିତାଙ୍କ ପରିବାର ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦୁଃଖ ଜଣେଇଛନ୍ତି । ଘଟଣାର ସିବିଆଇ ତଦନ୍ତ କରାଇବା ଲାଗି ସେ ଓଡିଶା ସରକାରଙ୍କ ପାଖରେ ଦାବି ଜଣେଇବେ ବୋଲି କହିଛନ୍ତି ।

Get real time updates directly on you device, subscribe now.