fbpx

ପୁଣି ଫେରିବ କି ମାସ୍କ ! ସିଙ୍ଗାପୁରରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂତନ ଲହର, ୨୫ ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା

Advertisement

ସିଙ୍ଗାପୁର: ଦେଶରେ କରୋନା ମହାମାରୀକୁ ନେଇ ଲୋକେ ଟିକିଏ ଆଶ୍ୱସ୍ତ ଥିବା ବେଳେ ପୁଣି ଥରେ ଏହାର ଆତଙ୍କ ଦେଖିବାକୁ ମିଳିଛି । କରୋନା ସଂକ୍ରମଣକୁ ନେଇ ସିଙ୍ଗାପୁରରୁ ବଡ଼ ଖବର ସାମ୍ନାକୁ ଆସିଛି । ସିଙ୍ଗାପୁରରେ କୋଭିଡ ୧୯ର ନୂତନ ଭାରିଆଣ୍ଟ ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି । ଅଧିକାରିକ ସୂଚନା ଅନୁଯାୟୀ ଦେଶରେ ମେ ୫ରୁ ୧୧ ପର୍ଯ୍ୟନ୍ତ ୨୫ ହଜାରରୁ ଉର୍ଦ୍ଧ୍ୱ କୋଭଡ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଶନିବାର ସିଙ୍ଗାପୁର ସ୍ୱାସ୍ଥ୍ୟମନ୍ତ୍ରୀ ଓଙ୍ଗ୍ ୟେ କୁଙ୍ଗ୍ ଲୋକଙ୍କୁ ସତର୍କ ରହିବା ସହ ମାସ୍କ ପିନ୍ଧିିବା ପାଇଁ ପରାମର୍ଶ ଦେଇଛନ୍ତି ।

ସିଙ୍ଗାପୁର ସ୍ୱାସ୍ଥ୍ୟମନ୍ତ୍ରୀ ଓଙ୍ଗ୍ ୟେ କୁଙ୍ଗ୍‌ଙ୍କ କହିବାନୁଯାୟୀ ଦେଶରେ କରୋନାର ନୂତନ ଭାରିଆଣ୍ଟ ଦେଖିବାକୁ ମିଳିଛି ଯାହା ଦୃତ ଗତିରେ ସଂକ୍ରମିତ କରୁଛି । ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ ସଂକ୍ରମଣ ଶିଖରରେ ପହଂଚିବା ନେଇ ଅନୁମାନ କରାଯାଉଛି । ପୂର୍ବ ସପ୍ତାହରେ ୧୩ ହଜାରରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୨୫ ହଜାର ପାର ହୋଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ଶଯ୍ୟା କ୍ଷମତା ସଂରକ୍ଷଣ ପାଇଁ ନୂତନ ପଦକ୍ଷେପ ନିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘୬୦ ବର୍ଷ ଏବଂ ତା ଠାରୁ ଉର୍ଦ୍ଧ୍ୱ ବ୍ୟକ୍ତି ଯେଉଁମାନଙ୍କୁ ଗମ୍ଭୀର ରୋଗ ଅଛି ଅଧିକ ସତର୍କ ରହିବାକୁ ପଡ଼ିବ । ଏହା ସହ ସିଙ୍ଗାପୁରବାସୀଙ୍କୁ ମାସ୍କ ବ୍ୟବହାର, ଘରେ ରହିବା ଏବଂ ଟିକାକରଣ କରାଇବା ନେଇ ପରାମର୍ଶ ଦେଇଛନ୍ତି ।’

Get real time updates directly on you device, subscribe now.