କେମିତିକା ବାପା-ମାଆ! ନବଜାତ ଶିଶୁକୁ ରାସ୍ତାକଡ଼ରେ ଥୋଇ ଚାଲିଗଲେ

ସୂବର୍ଣ୍ଣପୁର: ତୁଳୁଣ୍ଡୁପାଲି ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ କିଏ ଜଣେ ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡି ଚାଲିଯାଇଛି। ଏଭଳି କାରୁଣିକ ଦୃଶ୍ୟ ଲୋକଙ୍କ ମନରେ କୋହ ଆସିଯାଉଛି। ଏହି ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ତୁଳୁଣ୍ଡୁପାଲି ଗ୍ରାମର ଅଟେ। ଏକ ଶିଶୁ କନ୍ୟାକୁ ରାସ୍ତା କଡ଼ରେ ଥିବା ବାଲିରେ ଛାଡ଼ି ଚାଲିଯାଇଛି।

ସକାଳ ପାହିଲା ପରେ ତୁଳୁଣ୍ଡୁପାଲି ଗ୍ରାମବାସୀ ଏହି ଶିଶୁଟିକୁ ଦେଖିଥିଲେ। ଏହାପରେ ସେମାନେ ପୋଲିସକୁ ଜଣାଇଥିଲେ। ଏହାପରେ ସିଡବ୍ଲୁସି ଟିମ ଆସି ଶିଶୁ କନ୍ୟାଙ୍କୁ ସେଠାରୁ ଉଦ୍ଧାର କରି ସୂବର୍ଣ୍ଣପୁରର ହେଡ କ୍ୱାର୍ଟର ହସ୍ପିଟାଲକୁ ପଠାଇଥିଲେ। ସେହି ହସ୍ପିଟାଲର ଶିଶୁ ବିଭାଗ ଶିଶୁଟିକୁ ଚିକିତ୍ସା କରାଯାଇଥିଲା। ଏହାପରେ ଶିଶୁଟି ଭଲ ଅଛି ବୋଲି କୁହାଯାଉଛି। ଏହାପରେ ବର୍ଷ ବର୍ଷ ଧରି ସନ୍ତାନ ପ୍ରସବ କରିପାରୁନଥିବା ଏକ ଦମ୍ପତ୍ତିକହିଛନ୍ତି ଯେ, ସେମାନେ ଏହି ଜନ୍ମିତ ଶିଶୁକୁ ଗ୍ରହଣ କରିବେ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିବାପରେ ସେମାନେ ଏହି କନ୍ୟା ଶିଶୁକୁ ନେବେ ବୋଲି କୁହାଯାଉଛି।