ନବବିବାହିତା ଦମ୍ପତି ଯାଇଥିଲେ ଫିଲ୍ମ ଦେଖି : ଇଣ୍ଟରଭାଲରେ ଫେରାର ହେଲା ସ୍ତ୍ରୀ

ରାଜସ୍ଥାନ : ରାଜଧାନୀ ଜୟପୁରରେ ସିନେମାଘରୁ ନବବଧୂ ଫେରାର ହୋଇଥିବା ମାମଲା ସାମ୍ନାକୁ ଆସିଛି । ବିବାହର ୭ ଦିନ ପରେ ଦୁହେଁ ଫିଲ୍ମ ଦେଖିବାକୁ ହଲକୁ ଯାଇଥିଲେ । ଇଣ୍ଟରଭାଲ ସମୟରେ ଖାଇବା ଜିନିଷ ଆଣିବାକୁ ଯାଇଥିଲେ ସ୍ୱାମୀ, ହଲକୁ ଫେରିବା ବେଳେ ସ୍ତ୍ରୀ ସେଠାରୁ ଫେରାର ହୋଇଥିଲେ । ପରେ ନବବଧୂ ପୋଲିସ ଷ୍ଟେସନ ଯାଇ କହିଥିଲେ, ସେ ଏହି ବିବାହରେ ଖୁସି ନାହାନ୍ତି । ତେଣୁ ସେ ସିନେମାଘରୁ ଲୁଚି ପଳାଇଛନ୍ତି ।

ସୂଚନା ଅନୁସାରେ, ରିଙ୍ଗସ ସୀକର ବାସିନ୍ଧା ଜୁନ ୨୫କୁ ଶାହାପୁରରେ ବିବାହ କରିଥିଲେ । ବିବାହର ୭ ଦିନ ପରେ ଦୁହେଁ ବୁଲିବା ପାଇଁ ବାହରକୁ ଯାଇଥିଲେ । ଏହା ପରେ ଦ୍ୱିପହରରେ ଦୁହେଁ ମିଶି ସିନେମା ଘରକୁ ଫିଲ୍ମ ଦେଖିବା ପାଇଁ ଯାଇଥିଲେ । ସେଠାରେ ସ୍ୱାମୀ ଜଣକ ଇଣ୍ଟରଭାଲରେ କିଛି ଖାଇବା ଜିନିଷ ଆଣିବା ପାଇଁ ବାହାରକୁ ଆସିଲେ । ଯେତେବେଳେ ସେ ହଲକୁ ଫାରିଥିଲେ, ସେତିକି ବେଳେ ଦେଖିଲେ ଯେ ସ୍ତ୍ରୀ ନିଜ ସିଟରେ ବସି ନଥିଲା । ଏହା ଦେଖି ସ୍ୱାମୀ ପ୍ରଥମେ ସିନେମାଘର ଭିତରେ ଖୋଜିବା ଆରମ୍ଭ କରିଥିଲା । କିନ୍ତୁ ନବବଧୂକୁ ସେ ପାଇ ନଥିଲେ । ସିନେମାଘର ବାହାରେ ଉପସ୍ଥିତ ଥିବା ଲୋକେ ସ୍ୱାମୀକୁ କହିଲେ ଯେ ସେମାନେ ଏକ ସ୍ତ୍ରୀକୁ ଅଟୋରେ ବସିବାର ଦେଖିଥିଲେ । ଏହା ଶୁଣି ସେ ବସଷ୍ଟାଣ୍ଡ ଯାଇ ମଧ୍ୟ ନିଜ ସ୍ତ୍ରୀକୁ ଖୋଜିଥିଲେ କିନ୍ତୁ ସେଠାରେ ମଧ୍ୟ ନପାଇ ଆଦର୍ଶ ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁନ କରାଇଲେ ।

ଅନ୍ୟପଟେ ନବବିବାହିତା ବଧୂ ନିଜ ମାଆ ଘର ଶାହପୁରାରେ ପହଞ୍ଚି ଥିଲେ । ପରବର୍ତ୍ତୀ ସମୟରେ ଶାହପୁରର ଥାନାକୁ ଯାଇ ପୋଲିସକୁ କହିଥିଲେ, ସେ ନିଜ ଇଚ୍ଛାରେ ସ୍ୱାମୀକୁ ଛାଡି ଆସିଛନ୍ତି । ଏହି ବିବାହରେ ନବବଧୂ ଖୁସି ନଥିଲେ । ତେଣୁ ସେ ଲୁଚି ନିଜ ମାଆ ଘରକୁ ଫେରି ଆସିଛନ୍ତି ।