fbpx

Bloodwood Tree ଦୁନିଆର ଏକମାତ୍ର ଗଛ: ଯାହାକୁ କାଟିଲେ ଝରୁଛି ରକ୍ତର ନଦୀ

ନୂଆଦିଲ୍ଲୀ: ମେଡିକାଲ ସାଇନ୍ସ ଆଜି ଖୁବ ଆଗକୁ ବଢି ସାରିଛି । ଅନେକ ଚମତ୍କାର ହେବା ସହ ଅସମ୍ଭବ କାରନାମାକୁ ସମ୍ଭବ କରିପାରିବା ଭଳି ସାମର୍ଥ୍ୟ ପାଇଛି ବିଜ୍ଞାନ । କିନ୍ତୁ ଏହାପରେ ବି ପ୍ରକୃତିର ଏମିତି କିଛି ଜିନିଷ ରହିଛି ଯାହାର ରହସ୍ୟ ପାଇବା ବିଜ୍ଞାନ ପାକରେ ମଧ୍ୟ ସମ୍ଭବ ହୋଇପାରିନି । ଦୁନିଆରେ ଅନେକ ଅଜବ ଭିତରୁ ଗୋଟିଏ ଅଜବ ଜିନିଷ ହେଉଛି ବ୍ଲଡଉଡ ଟ୍ରି । ଏହି ଗଛକୁ କାଟିଲେ ବାହାରେ ରକ୍ତ । ଏହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଖୋଜିପାଇନାହାନ୍ତି ।

ଏହି ଅଦ୍ଭୁତ ବ୍ଲଡଉଡ ଗଛକୁ ଅନେକ ଲୋକ କିଆଟ ଏବଂ ମୁକୱା ବା ମୁନିଙ୍ଗା ବୋଲି ମଧ୍ୟ କହିଥାନ୍ତି । ତେବେ ଏହାର ବୈଜ୍ଞାନିକ ନାମ ହେଉଛି ‘ସେରୋକାରପସ୍ ଏଙ୍ଗଲେନସିସ’ । ଏହି ଗଛ ପ୍ରାୟତଃ ଆଫ୍ରିକାରେ ଦେଖିବାକୁ ମିଳିଥାଏ । ଏହାବ୍ୟତୀତ ମୋଜାମ୍ବିକ, ନାମିବିଆ, ତଞ୍ଜାନିଆ ଏବଂ ଜିମ୍ବାୱେ ଇତ୍ୟାଦି ଦେଶରେ ଏହି ଗଛ ପରିଲକ୍ଷିତ ହୋଇଥାଏ । ତେବେ ସୂଚନା ଅନୁଯାୟୀ, ଏହି ଗଛ କେବଳ ଏକ ବିଶେଷ ପରିସ୍ଥିତିରେ ମିଳିଥାଏ । ତେଣୁ ଏହି ଗଛକୁ କାଟିଲେ ଏଥିରୁ ଲାଲ ରଙ୍ଗର ରକ୍ତ ଭଳି କିଛି ମିଳିଥାଏ । ପ୍ରକୃତରେ ଏହା ରକ୍ତ ନୁହେଁ, ବରଂ ଗଛରୁ ବାହାରୁଥିବା ଏକ ତରଳ ପଦାର୍ଥ । ଏହା ଦେଖିବାକୁ ରକ୍ତ ଭଳି ମନେ ହୋଇଥାଏ ।

ତେବେ ଏହି ଗଛ କେବଳ ଏହି ରକ୍ତ ଭଳି ତରଳ ପଦାର୍ଥ ପାଇଁ ପ୍ରସିଦ୍ଧ ନୁହେଁ । ଏହି ଗଛର ଅନେକ ଗୁଡିଏ ଔଷଧୀୟ ଗୁଣ ମଧ୍ୟ ରହିଛି । ଏହି ଗଛର ବିଭିନ୍ନ ଅଂଶରୁ ରକ୍ତ ଜନିତ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏହାବ୍ୟତୀତ ଆଖି ସହ ଜଡିତ ସମସ୍ୟା, ପେଟ ରୋଗ, ମ୍ୟାଲେରିଆ କିମ୍ବା ଗଭୀର କ୍ଷତ ମଧ୍ୟ ଭଲ କରିଥାଏ ଏହି ଗଛ । ଏହି ଗଛର କାଠ ଖୁବ ମୂଲ୍ୟବାନ ହୋଇଥାଏ ଏବଂ ଅଧିକ ଦରରେ ବିକ୍ରି ହୋଇଥାଏ । ତେବେ ଗଛର ହାରାହାରି ଲମ୍ବ ୧୨ରୁ ୧୮ ମିଟର ପର୍ଯ୍ୟନ୍ତ ହୋଇପାରେ ।

Get real time updates directly on you device, subscribe now.