fbpx

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍: ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ । ଡ୍ରାଇଭରର ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି । ବସରେ ପାଖାପାଖି ୫୦ ଜଣ ଯାତ୍ରୀ ଥିବା ବେଳେ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।  ସୂଚନା ମୁତାବକ କଲିକତାରୁ ଚାନ୍ଦବାଲି ରାଜକନିକା ଅଭିମୁଖେ ଯାଉଥିବା ଜଗାକାଳିଆ ନାମକ ଯାତ୍ରୀବାହୀ ବସ ହଲଦିପଦା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ୍ରେନ ରେ ଓଲଟି ୟପଡିଛି । ରାତି ପ୍ରାୟ ୩ ଟା ୫୦ ମିନିଟ ସମୟରେ ଡ୍ରାଇଭର ର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ବସଟି ଏଭଳି ଦୁର୍ଘଟଣାଗ୍ରସ୍ଥ ହୋଇଥିବାବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ତେବେ ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ବେଳେ ଜଣେ ନାବାଳକର ଗୋଡ ଭାଙ୍ଗି ଯାଇଥିବା ଜଣା ପଡିଛି  । ଅନ୍ୟପଟେ ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ଅଛନ୍ତି  । ତେବେ କିଛି ଯାତ୍ରୀ ଅନ୍ୟ ବସରେ ଘରକୁ ଫେରି ଯାଇଥିବାବେଳେ ଆଉ କିଛି ଯାତ୍ରୀ ବସ ପାଖରେ ବସିଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.