ପ୍ରେସମିଟ୍ କରି ବିସ୍ଫୋରକ ବୟାନ ଦେଲେ ପିସିସି ସଭାପତି: କହିଲେ-‘ଲୋକଙ୍କ ପଇସାରେ ରାଜନୀତି କରିବ କଂଗ୍ରେସ’

ଭୁବନେଶ୍ୱର,: କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରେସମିଟ୍ କରି ବିସ୍ଫୋରକ ବୟାନ ଦେଇଛନ୍ତି । ଭକ୍ତ ଦାସଙ୍କ କହିବା ମୁତାବକ, ‘ସଂକଳ୍ପ ଯାତ୍ରା ଦଳକୁ ଏକଜୁଟ୍ କରିବାକୁ ଥିଲା । ସମସ୍ତଙ୍କ ଭିତରେ ଏକତା ପାଇଁ ଏହି ପଦଯାତ୍ରା ହୋଇଛି । ସଙ୍ଗଠନ ତିଆରି କରିବାକୁ ନୂଆ କିଛି ପ୍ରୟାସ କରିଛୁ । ୩୦ ଜିଲ୍ଲାର ନେତା ଓ କର୍ମୀ ଏହି ପଦଯାତ୍ରାରେ ଯୋଗଦେଇଥିଲେ ।’

ଲୋକଙ୍କ ପଇସାରେ ରାଜନୀତି କରିବ କଂଗ୍ରେସ । ଦରକାର ପଡ଼ିଲେ କଂଗ୍ରେସ ଭିକ୍ଷା ବି ମାଗିବ । ମୋତେ କିଏ ଘୃଣା କି ଅପମାନ କରୁ ମୁଁ ସହିବି । ଆତ୍ମ ସମର୍ପଣ କରି ଦଳ ଗଢ଼ିବି, ତାହେଲେ ଦଳର ଋଣ ଶୁଝି ପାରିବି ବୋଲି ଭକ୍ତ କହିଛନ୍ତି ।

ଏହା ସହ ସେ ପୁଣି କହିଛନ୍ତି ଯେ, ‘ସମସ୍ତଙ୍କ ସହଯୋଗ ଆମ ସହିତ ରହିଛି । ରାଜଗ୍ୟରେ ନୂଆ ଆଲୋଡନ ପାଇଁ ପଦଯାତ୍ରା ଆରମ୍ଭ ହୋଇଛି । ସମସ୍ତଙ୍କ ଅକୁଣ୍ଠ ଆର୍ଶୀବାଦ ନେଇ ଆମେ କାମ କରିବୁ । ଶାସନରେ ବସିବା ପରେ ନେତାଙ୍କ ଚରିତ୍ର ବଦଳିଯାଉଛି । ଯୁବକଙ୍କୁ ଧ୍ୟାନ ଦିଆଯାଉନି, ମହିଳାଙ୍କୁ ସମ୍ମାନ ମିଳୁନି । ଜଣେ ସଭାପତି ହେଲେ ବି ସେ ସବୁକିଛି ନୁହେଁ । ସଭାପତି ଜଣେ ଡିଟେକ୍ଟର ନୁହେଁ । ଦଳକୁ ଯଦି ଠିକ୍ ରାସ୍ତାରେ ନେବି, ସେତିକି ମୋ ପାଇଁ ବଡ଼ କାମ ହେବ ।’