ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଫିଲ୍ମ ତାରକାଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ବଡ ବଡ କମ୍ପାନୀର ଅଧିକାରୀଙ୍କର ଏକ ଅଲଗା ପରିଚୟ ରହିଛି । କିଛି ଅଧିକାରୀ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କିମ୍ବା ନିଜ ଇନଷ୍ଟାଗ୍ରାମ ରିଲ୍ସ ଲାଗି ବି ବେଶ୍ ଲୋକପ୍ରିୟ ହୋଇପାରିଥାନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୁମ୍ବାଇର ପୋଲିସ କର୍ମୀ ଅମୋଲ କାମ୍ବଲେ । ସେ ଡ୍ୟାନ୍ସିଂ କପ୍ ଭାବରେ ବି ପରିଚିତ । ବହୁ ସମୟରେ ତାଙ୍କ ଡ୍ୟାନ୍ସର ମଜାଦାର ଭିଡିଓ ଭାଇରାଲ୍ ହୋଇଥାଏ ।
View this post on Instagram
ତାଜା ଭିଡିଓରେ ଟିକଟିକ୍ ଷ୍ଟାର ନୋଏଲ୍ ରବିନସନ୍ଙ୍କ ସହ ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛି ଯେଉଁଥିରେ ସେ ପୁରା ମୁମ୍ବାଇ ପୋଲିସ ପକ୍ଷରୁ ଲୋକଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ ମେସେଜ୍ ଦେଇଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ପ୍ରଥମେ ନୋଏଲ୍ ରାସ୍ତା କଡରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ୍ ଛଡାଇ ଦୌଡି ପଳାଇବାକୁ ଚେଷ୍ଟା କରୁଛନ୍ତି ଓ ଏହି ସମୟରେ ସେ ଅମୋଲ ସହ ଧକ୍କା ହୋଇ ଯାଉଛନ୍ତି । ଏହାପରେ ନୋଏଲ୍ ‘Calm Down’ ଗୀତରେ ଡ୍ୟାନ୍ସ କରିବା ଆରମ୍ଭ କରି ଦେଉଛନ୍ତି । ଅମୋଲ ବି ଡ୍ୟାନ୍ସରେ ପୁରା ତାଙ୍କୁ ଟକ୍କର ଦେବାକୁ ଚେଷ୍ଟା କରିଛନ୍ତି । ଏହାପରେ ସେ ନୋଏଲ୍ଙ୍କୁ ଏପରି ଟାଣି ଟାଣି ନେଉଛନ୍ତି ଯେପରି ନଚାଇ ନଚାଇ ଥାନାକୁ ନେଇଯାଉଛନ୍ତି ।
ଭିଡିଓର କ୍ୟାପସନରେ ଅମୋଲ ଲେଖିଛନ୍ତି, ‘ତୁମେ ଯିଏ ବି ହୋଇଥାଅ, ଯେଉଁଠାରୁ ବି ଆସିଥାଅ ଆମକୁ କିଛି ଫରକ ପଡିବନି । ମୁମ୍ବାଇ ପୋଲିସ ସାମ୍ନାରେ ଅପରାଧ କଲେ ତାହା ହିଁ ହେବ ଯାହା ହେବା କଥା । କାରଣ ଆମେ ମୁମ୍ବାଇ ପୋଲିସ ।’
ନୋଏଲ୍ ରବିନସନ୍ ମେ’ ମାସ ଆରମ୍ଭରେ ଭାରତ ଆସିଥିଲେ ଓ ନିଜ ଡ୍ୟାନ୍ସ ଭିଡିଓରେ ଭାରତରେ ବି ଇନଷ୍ଟାରେ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଇନଷ୍ଟାରେ ତାଙ୍କର ୧୦ମିଲିୟନ ଫଲୋୟର୍ସ ରହିଛନ୍ତି । ସେହିପରି ପୋଲିସ ଅଫିସର ଅମୋଲ ଯଶବନ୍ତ କାମ୍ବଲେଙ୍କର ଇନଷ୍ଟାରେ 377k ଫଲୋୟର୍ସ ରହିଛନ୍ତି । ଅମୋଲ ଡ୍ୟୁଟି ସହିତ ନିଜର ଡ୍ୟାନ୍ସ ଲାଗି ବି ବେଶ୍ ଲୋକପ୍ରିୟ ।