fbpx

ଯେଉଁ ଫୋନରେ ମୋଦୀଙ୍କ ସହ ସେଲଫି ନେଇଥିଲେ Meloni ସେହି ମୋବାଇଲରେ ମିଳୁଛି ବମ୍ପର ରିହାତି, ଦେଖନ୍ତୁ ଅଫର

Advertisement

ନୂଆଦିଲ୍ଲୀ: ପିଏମ ମୋଦୀ ଜି-୭ ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ । ସେଠାରେ ଇଟାଲୀର ପ୍ରାଇମ ମିନିଷ୍ଟର ଜର୍ଜିଆ ମେଲୋନୀ ମଧ୍ୟ ସାମିଲ ଥିଲେ । ଏହି ସମୟରେ ଗୋଟିଏ ଜିନିଷ ଖୁବ ଚର୍ଚ୍ଚାରେ ରହିଥିଲା ଏବଂ ତାହା ଜର୍ଜିଆ ମେଲୋନୀ ଏବଂ ପିଏମ ମୋଦୀଙ୍କ ସେଲଫି ଥିଲା । ଜର୍ଜିଆ ମେଲୋନୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ୩ ସେକେଣ୍ଡର ଭିଡିଓ ମଧ୍ୟ ସେୟାର କରିଥିଲେ ।

ଯେଉଁ ଫୋନରୁ ମେଲୋନୀ ପିଏମ ମୋଦୀଙ୍କ ସହ ସେଲଫି ନେଇଥିଲେ ତାହା iPhone 15 Pro Max ମଡେଲ । ଆସନ୍ତୁ ଜାଣିବା ଏହି ଫୋନର ମୂଲ୍ୟ କେତେ ରହିଛି ଏବଂ ଏହାକୁ ଡିସକାଉଣ୍ଟରେ କିପରି କିଣାଯାଇପାରିବ ।
ଯଦି ଆପଣ ଏହି ଫୋନକୁ ଆପଲ ୱେବସାଇଟରୁ କିଣିବାକୁ ଚାହୁଁଛନ୍ତି ତେବେ ଏହାର ମୂଲ୍ୟ ୧ ଲକ୍ଷ ୫୯ ହଜାର ୯୦୦ ଟଙ୍କା, ହେଲେ ଯଦି ଇ-କମର୍ସ ୱେବସାଇଟ ଆମାଜନରୁ ଆପଣ ଏହି ଫୋନକୁ କିଣୁଛନ୍ତି

ତେବେ ଏହା ଆପଣଙ୍କୁ ୧ ଲକ୍ଷ ୪୮ ହଜାର ୯୦୦ ଟଙ୍କାରେ ମିଳିଯିବ । କେବଳ ଏତିକି ନୁହେଁ, ଆପଣ ଏହି ଫୋନରେ ବ୍ୟାଙ୍କ ଅଫରର ମଧ୍ୟ ଫାଇଦା ଉଠାଇପାରିବେ । ଏହି ଫୋନରେ ଏକ୍ସଚେଞ୍ଜ ଅଫର ୪୪ ହଜାର ୨୫୦ ଟଙ୍କାରେ ମିଳୁଛି । ଯାହା ଆପଣଙ୍କ ପୁରୁଣା ଫୋନର ମଡେଲ ଏବଂ କଣ୍ଡିସନ ଉପରେ ନିର୍ଭର କରିଥାଏ ।

Get real time updates directly on you device, subscribe now.