ଭାରତରେ ଏବେ ବି ମରୁଛି ଗରିବ! ଆଙ୍ଗୁଠି ଉଠାଉଛି ଦେଶର ଦାରଦ୍ର୍ୟତା, କ’ଣ କହୁଛି ରିପୋର୍ଟ?

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଏକ ବିଶାଶୀଳ ରାଷ୍ଟ୍ର ଭାଭବରେ ପରିଚୟ ପାଇଛି । ସାମରିକ କ୍ଷେତ୍ରରୁ ଜ୍ଞାନକୌଶଳ ଇତ୍ୟାଦି ବିଭାଗରେ ନିଜକୁ ଶକ୍ତିଶାଳୀ ଭାବରେ ପ୍ରତିଷ୍ଠା କରିବାରେ ସଫଳ ହୋଇଛି ଭାରତ । କିନ୍ତୁ ଏବେ ବି ଦେଶରୁ ଦାରିଦ୍ର୍ୟତା ହଟାଇବା ଭାରତ ପାଇଁ ବିରାଟ ପ୍ରସଙ୍ଗ ପାଲଟିଛି । ଭାରତରେ ଦାରିଦ୍ର୍ୟତା ସବୁ ସମୟରେ ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି । ଏହି ଦାରିଦ୍ର୍ୟତା ଏବେ ବି ଭାରତର ବିକାଶକୁ ଆଙ୍ଗୁଳି ନିଦେ୍ର୍ଦଶ କରିଛି । ତେବେ ଏ ନେଇ ୱାର୍ଲଡ ବ୍ୟାଙ୍କ ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଭାରତ ପାଇଁ ଦାରିଦ୍ର୍ୟତା ବର୍ତ୍ତମାନ ପର୍ଯ୍ୟନ୍ତ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି । ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ପୂର୍ବରୁ ଦାରିଦ୍ର୍ୟତା ହଟାଇବା ପାଇଁ ପ୍ରତିଶ୍ରୁତି ଦେଇ ଆସିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏଥିରେ ଶତ ପ୍ରତିଶତ ସଫଳତା ମିଳି ପାରିନାହିଁ । କାରଣ ୱାର୍ଲଡ ବ୍ୟାଙ୍କ ରିପୋର୍ଟ ଅନୁସାରେ, ୨୦୨୪ରେ ପ୍ରାୟ ୧୨.୯ କୋଟି ଭାରତୀୟ ଅତ୍ୟଧିକ ଦାରିଦ୍ର୍ୟତାରେ ଜୀବନଯାପନ କରୁଛନ୍ତି । ଏହି ଲୋକମାନଙ୍କ ଦୈନିକ ଆୟ ମାତ୍ର ୧୮୧ ଟଙ୍କା(୨.୮୫ ଡଲାରରୁ ବି କମ୍) ରହିଛି । ତେବେ ୧୯୯୦ ମସିହାରେ ଏହି ସଂଖ୍ୟା ୪୩.୧ କୋଟି ଥିଲା । ତେବେ ଭାରତ ବିକାଶ କରୁଛି, କିନ୍ତୁ ଏହି ହାରରେ ବିକାଶ ଜାରି ରହିଲେ ଦେଶକୁ ଦାରିଦ୍ର୍ୟତାରୁ ମୁକ୍ତି ପାଇବା ପାଇଁ ଆହୁରି ୧ ଦଶନ୍ଧିରୁ ଅଧିକ ସମୟ ଲାଗିପାରେ ।

ବିଶ୍ବ ବ୍ୟାଙ୍କର ରିପୋର୍ଟ ଅନୁସାରେ, ଉଚ୍ଚ ଦାରିଦ୍ର୍ୟ ମାନକ ସହିତ ମଧ୍ୟମ ଆୟକାରୀ ହାର ମଧ୍ୟ ଦେଶର ଦାରିଦ୍ର୍ୟତା ହାରରେ ପ୍ରଭାବ ପକାଇଛି । ଏମାନଙ୍କ ଆୟ ଦିନକୁ ୫୭୬ ଟଙ୍କା (୬.୮୫ ଡଲାର) ରହିଛି । କିନ୍ତୁ ଜନସଂଖ୍ୟା ବୃଦ୍ଧି ହେତୁ ୧୯୯୦ ତୁଳନାରେ ୨୦୨୪ ମସିହାରେ ଅଧିକ ଭାରତୀୟ ଦାରିଦ୍ର୍ୟ ସୀମାରେଖା ତଳେ ରହିବେ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ବିଶ୍ୱ ବ୍ୟାଙ୍କ କହିଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଦାରିଦ୍ର୍ୟତା ବୃଦ୍ଧି ପାଇବା ପରେ ୨୦୨୧ ମସିହାରେ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ୩.୮ କୋଟି ହ୍ରାସ ପାଇ ୧୬.୭୪ କୋଟିରେ ପହଞ୍ଚିଛି। ତେବେ ଭାରତ ବିକାଶ ଦିଗରେ ଆଗେଇ ଚାଲିଥିଲେ ମଧ୍ୟ ଦାରିଦ୍ର୍ୟତା ହଟାଇବାରେ ସାମାନ୍ୟ ପଛରେ ରହିଯାଇଛି ।

Get real time updates directly on you device, subscribe now.