fbpx

ପାଣି ଭିତରେ ଶିକାରୀ ଓ ଶିକାର; ଜୀବନ ଓ ମୃତ୍ୟୁର ଲଢେଇରେ ବଞ୍ଚିବାକୁ ସଙ୍ଘର୍ଷ

Advertisement

ଓଡ଼ିଶା ଭାସ୍କର: ଆପଣମାନେ କୁମ୍ଭୀର ଦେଖିଥିବେ ନିଶ୍ଚୟ । ସେ କେତେ ଭୟଙ୍କର ତାହା ବି ଆପଣମାନେ ଜାଣନ୍ତି । କୁମ୍ଭୀର ବି କାହାର ଶିକାର ହେଇପାରେ କେବେ ଭାବିଛନ୍ତି କି ? ହେଲେ ବେଳେବେଳେ ଏମିତି ବି ହୁଏ ସବୁବେଳେ ଶିକାର କରୁଥିବା ଶିକାରୀଟି ବି ପାଲଟିଯାଏ ଶିକାର । ତେବେ ଏମିତି ଏକ ଘଟଣା ସୋସିଆଲ ମିଡିଆରେ ଘୂରିବୁଲୁଛିା ଆପଣମାନେ କୁମ୍ଭୀର ଦେଖିଥିବେ ନିଶ୍ଚୟ । ସେ କେତେ ଭୟଙ୍କର ତାହା ବି ଆପଣମାନେ ଜାଣନ୍ତି । ହେଲେ କୁମ୍ଭୀର ବି କାହାର ଶିକାର ହେଇପାରେ କେବେ ଭାବିଛନ୍ତି କି? ତେବେ ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳିଥିଲା ଏକ ବିଶାଳ ଅଜଗରର ପେଟକୁ ଚିରା ଯାଉଛି ହେଲେ ସେଥିରୁ ଯାହା ବାହାରୁଛି, ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କୁମ୍ଭୀରକୁ ପାଣିର ରାଜା କୁହାଯାଏ । କାରଣ ଏହାର ଅଞ୍ଚଳକୁ କେହି ଯଦି ଯାଏ ତେବେ ତା’ ପାଟିରୁ ବଞ୍ଚିବା ଅସମ୍ଭବ ହୋଇପଡ଼େ । କିନ୍ତୁ ଏକ ଅଜଗର ପାଖରେ ହାର ମାନିଛି କୁମ୍ଭୀର । ଶେଷରେ ଅଜଗରଟି ଗିଳିଦେଇଛି କୁମ୍ଭୀରକୁ । ବିଶ୍ୱାସ ହେଉ ନ ଥିଲେ ବି ସତ । ଏହାର ଏକ ଫଟୋ ସୋସିିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଫଟୋକୁ ଅଷ୍ଟ୍ରେଲିଆର ଜିଜି ୱାଇଲ୍ଡ ଲାଇଫ୍ ରେସ୍କ୍ୟୁ ପକ୍ଷରୁ ଶେୟାର କରାଯାଇଥିଲା । ଫଟୋଟିରେ ଅଜଗରଟି କିପରି କୁମ୍ଭୀରକୁ ଗିଳୁଛି ତାହା ଦେଖିବାକୁ ମିଳିଛି । ପଶ୍ଚିମ ଅଷ୍ଟ୍ରେଲିଆର ସବୁଠୁ ଲମ୍ବା ଅଜଗର ସାପ ମଧୁର ଜଳରେ ବାସ କରିଥାଏ । ଏହି ଅଜଗରଟି ଏକ କୁମ୍ଭୀରକୁ ଗିଳୁଥିବାର ଫଟୋ ଜଣେ ବ୍ୟକ୍ତି ତାଙ୍କ କ୍ୟାମେରାରେ ଉଠାଇଛନ୍ତି । ଏହି ଜାତୀୟ ଅଜଗରର ମୁହଁ ଖୁବ୍ ଲମ୍ବା । ତେଣୁ କୁମ୍ଭୀର, ହରିଣ, ମଣିଷଙ୍କୁ ସହଜରେ ଗିଳିଦେଇଥାଏ ଏହି ଅଜଗର । ଅଷ୍ଟ୍ରେଲିଆର ଅଜଗରଙ୍କ ଲମ୍ବ ୧୩ ଫୁଟରୁ ଅଧିକ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋକୁ ୪୨ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଏହି ପ୍ରଜାତିର ଅଜଗର ସାଧାରଣତଃ ୨୫ ଫୁଟ୍ ପର୍ଯ୍ୟନ୍ତ ବଢିଥାଏ । ତେବେ ଭିଡିଓରେ ଅନେକ ଲୋକ ଅନେକ ପ୍ରକାରର ମନ୍ତବ୍ୟ ଦେବା ସହ ପ୍ରଶ୍ନ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.