(Video) ସତ ହେବ ପୁରାଣ କଥା! ରାଣୀଙ୍କର ହେବ ମୃତ୍ୟୁ, ଆସିବ ଦୁର୍ଭିକ୍ଷ… ବଡ଼ ଦେଉଳ ଉପରେ ମହାବିପଦ!

ଓଡ଼ିଶା ଭାସ୍କର: ସାରା ବିଶ୍ୱକୁ ମାଡ଼ି ଆସୁଛି ମହାବିପଦ… ସାରା ପୃଥିବୀରେ ଦେଖାଦେବ ଦୁର୍ଭିକ୍ଷ । ସବୁଠି ଶୁଭିବ ହାହାକାର, ପୁଣି ଆସିବ ମହାମାରୀ… ରାଜା-ରାଣୀଙ୍କ ଜୀବନ ପ୍ରତି ରହିଛି ବିପଦ, ରାଜ୍ୟକୁ ବି ମାଡ଼ି ଆସିବ ଘୋର ଅନିଷ୍ଟ । ନିଳାଦ୍ରୀ ମହୋଦୟଃ ଗ୍ରନ୍ଥରେ ଲେଖା ରହିଛି ଏଭଳି ଅନେକ ବିପଦର ପୂର୍ବାନୁମାନ । ଆଉ ବର୍ତ୍ତମାନ ଏହି ସବୁ ବିପଦର ସଂକେତ ଏବେ ମିଳିସାରିଛି । ପୁରୀ ରଥଯାତ୍ରାରେ ପହଣ୍ଡି ବେଳେ ରଥରୁ ଖସି ପଡ଼ିଛନ୍ତି ପ୍ରଭୁ ବଳଭଦ୍ର । ଯାହା ଏହିସବୁ ବିପଦକୁ ଇସାରା କରୁଛି । ବଡ଼ ଠାକୁର ତଳେ ପଡ଼ିଗଲେ ଏଭଳି କିଛି ବିପଦ ମାଡ଼ି ଆସିବ ବୋଲି ନିଳାଦ୍ରୀ ମହୋଦୟଃ ଗ୍ରନ୍ଥରେ ବହୁବର୍ଷ ପୂର୍ବରୁ ଲେଖା ହୋଇ ରହିଛି । ତେବେ ଗତକାଲି ପୁରୀର ଏହି ଘଟରା ସାରା ବିଶ୍ୱବାସୀଙ୍କୁ ଭୟଭୀତ କରିଦେଇଛି ।

ଗତକାଲି ପହଣ୍ଡି ସମୟରେ ରଥରୁ ବଳଭଦ୍ର ତଳେ ଖସି ପଡ଼ିଛନ୍ତି । ଏହି ଘଟଣାରେ ଅନେକ ସେବାୟତ ଆହତ ହୋଇଛନ୍ତି । କିନ୍ତୁ ଏହି ଘଟଣା ଏବେ ସମସ୍ତଙ୍କ ମନରେ ଭୟ ଜାଗ୍ରତ କରିଛି । ଏଭଳି ଏକ ଘଟଣା କୌଣସି ମହା ଅନିଷ୍ଟର ପୂର୍ବ ସଂକେତ ବୋଲି ମନେ ହେଉଛି । ଆଗକୁ ରାଜ୍ୟ, ଦେଶ ଏବଂ ସାରା ବିଶ୍ୱ ପାଇଁ ଅନେକ ବିପଦ ମାଡ଼ି ଆସୁଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେଣୁ ଏସବୁ ବିପଦରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ମହାପ୍ରଭୁଙ୍କୁ ଗୂହାରି କରୁଛନ୍ତି । ବଡ଼ ଦେଉଳ ଉପରେ ବିପଦ ଆସିଲେ ପୁରା ବିଶ୍ୱ ଉପରେ ବିପଦ ଆସେ । ବଡ଼ ଦେଉଳ ସହ ସାରା ବିଶ୍ୱର ରହିଛି ଘନିଷ୍ଠ ସମ୍ପର୍କ । ଗତକାଲିର ଘଟଣା ଏମିତି କିଛି ବୟାନ କରୁଛି । ଏବେ ପୁରା ବିଶ୍ୱ ଉପରେ ମାଡ଼ି ଆସୁଛି ବିପଦ । କଣ ହେବ କିଛି ବି କହି ହେବ ନାହିଁ । ବଡ଼ ବଡ଼ ଦେଶର ରାଷ୍ଟ୍ରପତି କିମ୍ବା ରାଣୀଙ୍କର ମୃତ୍ୟୁ ହୋଇପାରେ । ଦୁର୍ଭିକ୍ଷ ପଡ଼ିବ ମହାମାରୀ ବାରମ୍ବାର ହେବ । ଏମିତି କିଛି ଆମେ ନୁହେଁ ଆଜ୍ଞା । ଏମିତି କିଛି ଲେଖା ରହିଛି ନିଳାଦ୍ରୀ ମହୋଦୟ ଗ୍ରନ୍ଥରେ ।

ଗ୍ରନ୍ଥରେ ଲେଖା ରହିଛି ଯେ, ଯଦି କେବେ ଜଗନ୍ନାଥ, ବଳଭଦ୍ର କିମ୍ବା ମା’ ସୁଭଦ୍ରା ତଳେ ପଡ଼ି ଯାଆନ୍ତି, ତେବେ ରାଜାଙ୍କର ଏବଂ ରାଜ୍ୟର ମହା ଅନିଷ୍ଟ ହେବ । ଦୁର୍ଭିକ୍ଷ ପଡ଼ିବ । ମହାମାରୀ ବାରମ୍ବାର ହେବ । ଠାକୁର ପଡ଼ିଗଲେ ମହିଷୀ(ରାଣୀ)ଙ୍କର ମୃତ୍ୟୁ ହେବ ବୋଲି ଏହି ଗ୍ରନ୍ଥରେ ଉଲ୍ଲେଖ ରହିଛି । ଯଦି ଏମିତି ହୁଏ ତେବେ ବିପଦକୁ କେମିତି ଟାଳିଦିଆଯିବ ତାହାର ଉପାୟ ଲେଖା ରହିଛି । ଏଭଳି ବିପଦକୁ ରୋକିବା ପାଇଁ ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରାଯାଏ । ଏମିତି ଅଘଟଣା ରାଷ୍ଟ୍ର ପ୍ରତି ବିପଦ ହୋଇପାରେ । ସୃଷ୍ଟିକର୍ତ୍ତା ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ ନୀଳାଦ୍ରି ମହୋଦୟ ଗ୍ରନ୍ଥ କହିଥିଲେ ।

ତେବେ ମନ୍ଦିର ଉପରେ ବିପଦ ଆସିଲେ ବିଶ୍ୱ ରାଷ୍ଟ୍ର ଏବଂ ରାଜ୍ୟ ପ୍ରତି କଣ ସବୁ ବିପଦ ଆସେ ତାହା ଏହି ନିଳାଦ୍ରୀ ମହୋଦୟ ଗ୍ରନ୍ଥରେ ଲେଖା ରହିଛି । ଏହା ସହ ସେହି ସବୁ ବିପଦକୁ କେମିତି ରୋକା ଯାଇପାରିବ ତାହା ମଧ୍ୟ ଲେଖା ରହିଛି । ତେବେ ଗତକାଳି ବଡ଼ଠାକୁର ରଥରୁ ଗଳିପଡ଼ିବା ପରେ ଏମିତି କିଛି ପୌରାଣିକ ଉବାଚ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ପୂର୍ବରୁ ମଧ୍ୟ ଯେତେବେଳେ ୨୦୨୩ରେ ଜଗନ୍ନାଥ କଡ଼ ଖାଇଥିଲେ ସେତେବେଳେ ମଧ୍ୟ ଏହି କଥା ଭାଇରାଲ ହୋଇଥିଲା ।