fbpx

ବୈଷୟିକ ସମସ୍ୟା କାରଣରୁ ରେଳବାଇ ଟିକେଟ ବୁକିଂ ସର୍ଭିସ ଡାଉନ

ନୂଆଦିଲ୍ଲୀ: ବୈଷୟିକ ସମସ୍ୟା କାରଣରୁ ଆଜି ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ରେ ଟିକେଟ ବୁକିଂ ବାଧାପ୍ରାପ୍ତ ହୋଇଛି । ଏହି ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଫଳରେ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି ।

IRCTC
Pc; TIMES NOW

 

ମରାମତି କାର୍ୟ୍ୟ ଚାଲିଥିବାରୁ ଇ-ଟିକେଟ୍‌ ସେବା ଉପଲବ୍ଧ ନାହିଁ। ଦୟାକରି ପରେ ଚେଷ୍ଟା କରନ୍ତୁ। କ୍ୟାନ୍‌ସଲେସନ୍‌/ଫାଇଲ୍‌ ଟିଡିଆର୍‌ ଲାଗି ଦୟାକରି କଷ୍ଟମର୍‌ କେୟାର୍‌ ନମ୍ବର: ୧୪୬୪୬,୦୭୫୫-୬୬୧୦୬୬୧ ଓ ୦୭୫୫-୬୦୦କୁ ଫୋନ୍‌ କରନ୍ତୁ ବା [email protected]. ମେଲ୍‌ କରନ୍ତୁ ବୋଲି ‘ଆଇଆର୍‌ସିଟିସି ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ସମାଧାନ ଲାଗି ‘ଏକ୍ସ୍‌’ କରି ‘ଆଇଆର୍‌ସିଟିସି’ କହିଛି, ସମସ୍ୟା ସୁଧାରିବା ପାଇଁ ବୈଷୟିକ ଟିମ୍‌ କାର୍ୟ୍ୟରେ ଲାଗିଛନ୍ତି। ଖୁବ୍‌ ଶୀଘ୍ର ବୁକିଙ୍ଗ୍‌ ଆରମ୍ଭ ହେବ।

Get real time updates directly on you device, subscribe now.