fbpx

ସପ୍ତାହେ ସେକ୍ସ ନକଲେ ହେବ ଏମିତି ପରିଣାମ! ଫ୍ଲାଇଟରେ ପ୍ୟାଣ୍ଟ ଖୋଲି ଏମିତି କଲେ ରାପର୍

ନୂଆଦିଲ୍ଲୀ: ଷ୍ଟାର ରାପର ଡେସିଗ୍ନରଙ୍କୁ ନେଇ ଏକ ବଡ ଖୁଲାସା ହୋଇଛି । ଫ୍ଲାଇଟ ଭିତରେ ସେ କିଛି ଅଜବ କାରନାମା କରିଥିବା ଅଭିଯୋଗ ହୋଇଛି । ବିମାନ ଭିତରେ ସମସ୍ତଙ୍କ ସାମନାରେ ସେ ନିଜ ପ୍ୟାଣ୍ଟ ଖୋଲିଦେବା ସହ କିଛି ଅଶ୍ଳୀଳ କାରନାମା କରୁଥିବା ସମୟରେ ସେ ଧରା ପଡିଛନ୍ତି । ସୋସିଆଲ ମିଡିଆରେ ଏ ନେଇ ସେ ଏକ ବୟାନ ଜାରି କରି କହିଛନ୍ତି ଯେ, ଗୋଟିଏ ସପ୍ତାହରୁ ସେକ୍ସ ନକରିବାର ଏହା ହେଉଛି ପରିଣାମ । ତାଙ୍କର ଏହି ବୟାନ ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାପର ଡେସିଗ୍ନର ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ନିଜର ଏପରି କାରନାମା ପାଇଁ ଅନୁତାପ ରିଥିବା କହିଛନ୍ତି ଡେସିଗ୍ନର । ସେ ନିଜ ବୟାନରେ ଲେଖିଥିଲେ ଯେ, ଗତ କିଛି ଦିନରୁ ମୁଁ ସୁସ୍ଥ ନାହିଁ । ବିଦେଶରେ ଏକ କନ୍ସର୍ଟ ସମୟରେ ମୋତେ ମେଡିକାଲରେ ଭର୍ତ୍ତି ହେବାକୁ ପଡିଥିଲା । କିନ୍ତୁ ବର୍ତ୍ତମାନ ବିମାନ ଭିତରେ ହୋଇଥିବା ଏପରି କାଣ୍ଡ ପାଇଁ ମୋତେ ଏବେ ଲାଜ ଲାଗୁଛି । ସୂଚନା ଅନୁସାରେ, ରାପର ଡେସିଗ୍ନର ଅନେକ ଥର କିଛି ଅଜବ ବ୍ୟବହାରକୁ ନେଇ ଅଲୋଚନାରେ ରହିଛନ୍ତି । ବର୍ତ୍ତମାନ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଅନୁସାରେ, ସେ ଟୋକିଓରୁ ମିନିୟାପୋଲିସ ପାଇଁ ଇଣ୍ଟରନେସନାଲ ଫ୍ଲାଇଟରେ ଯାଉଥିଲେ । ଏହି ସମୟରେ ସମସ୍ତଙ୍କ ସାମନାରେ ସେ ପ୍ୟାଣ୍ଟ ଖୋଲି ହସତମୈଥୁନ କରିଥିବା ଅଭିଯୋଗ ହୋଇଛି । ଫ୍ଲାଇଟରେ ସେ ନିଜକୁ ଏକ୍ସପୋଜ କରୁଥିବା ଦେଖାଯାଇଛି ।

Desiigner Net Worth 2023: Rapper Income Assets Age Career

ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ନିଜକୁ କଭର୍ କରି ନେଇଥିଲେ । କିନ୍ତୁ ପ୍ରାୟ ୫ ମିନିଟ ପର୍ଯ୍ୟନ୍ତ ହସ୍ତମୈଥୁନ କରିଥିବା ଫ୍ଲାଇଟ କ୍ର୍ୁ ମେମ୍ବରମାନଙ୍କ ଦ୍ୱାରା ଧରା ପଡିଛନ୍ତି । ଏହା ବ୍ୟତୀତ ସଟରୁ ଉଠି ପଛକୁ ଯିବା ସମୟରେ ତାଙ୍କ ନିକଟରୁ ଏକ ଭେସଲିନର ଡବା ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ଫ୍ଲାଇଟର ଜଣେ ଏଜେଣ୍ଟଙ୍କ ସହ ମଧ୍ୟ ଅଶ୍ଳୀଳ ବ୍ୟବହାର କରିଛନ୍ତି ରାପର ଡେସିଜ୍ନର । ଫ୍ଲାଇଟ ଆଟେଣ୍ଟାଣ୍ଟଙ୍କୁ ନିଜର ପ୍ରାଇଭେଟ ପାର୍ଟ ଦେଖାଇଥିବା କୁହାଯାଇଛି । ତେବେ ଏହାର କାରଣରେ ସେ କହିଛନ୍ତି ଯେ, ଗୋଟିଏ ସପ୍ତାହରୁ ସେକ୍ସ କରି ନଥିବାରୁ ଏମିତି ପରିଣାମ ହୋଇଛି ।

Get real time updates directly on you device, subscribe now.