fbpx

କରମଣ୍ଡଳ ଟ୍ରାଜେଡି- ଦୁର୍ଘଟଣାର ପ୍ରକୃତ ଦୋଷୀଙ୍କୁ ଛଡା ଯିବନି: ପ୍ରଧାନମନ୍ତ୍ରୀ

ବାଲେଶ୍ୱର: କରମଣ୍ଡଳ ଟ୍ରେନ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିବା ପାଇଁ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ଘଟଣାସ୍ଥଳ ବୁଲି ଦେଖିବା ପରେ ମେଡିକାଲ ଯାଇ ଆହତ ଏବଂ ସେମାନଙ୍କ ପରିବାର ସହ ଆଲୋଚନା କରିଛନ୍ତି ପିଏମ ମୋଦୀ । ଆହତଙ୍କ ପରିସ୍ଥିତି ଦେଖିବା ପରେ ମୋଦୀ ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳିଛି । ଏହାପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଭଳି ଏକ ଦୁର୍ଘଟଣା ଅତ୍ୟନ୍ତ ବିଚଳିତ ଓ ହୃଦୟ ବିଦାରକ ଘଟଣା । ଏହି ଦୁର୍ଘଟଣାର କାରଣ ଯିଏ ବି ହେଉ ନା କାହିଁକି, ତାଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ତେବେ ତଦନ୍ତ ପରେ ଯେଉଁ ବ୍ୟକ୍ତି ଏଭଳି କାଣ୍ଡ ପାଇଁ ଦୋଷୀ ବୋଲି ପ୍ରମାଣିତ ହେବେ ତାଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.