ଖୋଲିଲା ପାକିସ୍ତାନର ଅସଲ ମୁଖା, ମୃତ ଆତଙ୍କବାଦୀଙ୍କୁ କାନ୍ଧ ଦେଲେ ପାକ୍ ସେନା ଅଧିକାରୀ

ଭାରତର 'ଅପରେସନ ସିନ୍ଦୂର'ରେ ପ୍ରାଣ ହରାଇଥିବା ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ବାହାରିଲା ଅନ୍ତିମ ଶୋଭାଯାତ୍ରା।

ନୂଆଦିଲ୍ଲୀ:  ପାକିସ୍ତାନର ଖୋଲିଲା ପୋଲ୍। ପାକିସ୍ତାନରେ ନମାଜ-ଏ-ଜନାଜା। ଅର୍ଥାତ୍ ଗତକାଲି ରାତିରେ ଭାରତର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇ ଥିବା ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର ପାଇଁ ବାହାରିଲା ଶୋଭାଯାତ୍ରା।

ହେଲେ ସବୁଠାରୁ ବଡ଼ କଥା ହେଉଛି ଏହି ଆତଙ୍କୀ ମାନଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ସାମିଲ ଅଛନ୍ତି ପାକିସ୍ତାନର ସେନା ଅଧିକାରୀ। ଯାହାକି ପାକିସ୍ତାନର ମୁଖାକୁ ଖୋଲି ଦେଇଛି।

ପହଲଗାମ୍ ଆତଙ୍କୀ ଆକ୍ରମଣ ହେଉ କିମ୍ୱା ପୂର୍ବରୁ ହୋଇଥିବା ଅନେକ ଆତଙ୍କୀ ହମଲା ପଛରେ ପାକିସ୍ତାନର ହାତ ଅଛି ବୋଲି ଦାବି ହୁଏ। କିନ୍ତୁ ପାକିସ୍ତାନ ଏହାକୁ ସିଧାସଳଖ ମନା କରିଦିଏ।

କିନ୍ତୁ ଅପରେସନ ସିନ୍ଦୂରରେ ପ୍ରାଣ ହରାଇ ଥିବା ଆତଙ୍କବାଦୀଙ୍କ ଅନ୍ତିମ ଶୋଭାଯାତ୍ରାରେ ପାକ୍ ସେନାଅଧିକାରୀ ଯୋଗ ଦେବା ପରେ ଏହା ପ୍ରମାଣତି କରୁଛି କି, ପାକିସ୍ତାନ କିପରି ଆତଙ୍କବାଦୀଙ୍କୁ ସୁରକ୍ଷା ଦିଏ।

କେବଳ ସେତିକି ନୁହେଁ ଆତଙ୍କବାଦୀଙ୍କ ମୃତଦେହକୁ ମଧ୍ୟ କାନ୍ଧ ଦେଇଛନ୍ତି ପାକ୍ ସେନା ଅଧିକାରୀ। ଆଉ ଇଏ ହିଁ ମୁଖା ଖୋଲୁଛି ପାକିସ୍ତାନର। ମୃତ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର ପାଇଁ ଏହି ଶୋଭାଯାତ୍ରା ବାହାର କରାଯାଇଛି।

ବାରମ୍ୱାର ପାକିସ୍ତାନ ପ୍ରଶ୍ରୟ ଦେଇ ଆସୁଛି ଆତଙ୍କବାଦକୁ। ଏକଥା ପୂର୍ବରୁ ଅନେକ ବାର କୁହାଯାଇଛି କିନ୍ତୁ ପାକିସ୍ତାନ ସିଧାସଳଖ ଏହାକୁ କେବେ ସ୍ୱୀକାର କରିନାହିଁ।  କିନ୍ତୁ ଏହି ସତ ଏବେ ସମସ୍ତଙ୍କ ସାମ୍ନାରେ।